କନକବ୍ୟୁରୋ : ଯେଉଁ ଲୋକ କହୁଛନ୍ତି ଖାଇବାକୁ ନ ପାଇ ଆମ୍ବ ଟାକୁଆ ଖାଉଛନ୍ତି ଏହା ଯୁକ୍ତିହୀନ ମନ୍ତବ୍ୟ ।   ରୁଚି କାରଣରୁ ସେ ଏଗୁଡା ଖାଉଛନ୍ତି , ଆମେ ମୟୁରଭଞ୍ଜରେ ବିଭିନ୍ନ ପ୍ରକାର ଜିନିଷ ଖାଉଥିଲୁ ତାର ଅର୍ଥ ନୁହେଁ ଆମେ ଅଭାବରେ ପଡ଼ି ଖାଉଥିଲୁ, ଏହା କେବଳ ରୁଚି ଥିଲା ।  କେହି ଏହାକୁ ରୋକ ଲଗେଇ ପାରିବେ ନାହିଁ, ତାଙ୍କର ମନେ ହେଲା ସେମାନେ ଖାଇଲେ , ସେ ଅସୁସ୍ଥ ହେବାରୁ କଣ ସରକାର ଦାୟୀ ?  ସେଥିରେ ରାଜନୀତି କରିବା କଥା ନୁହେଁ କିନ୍ତୁ ଯେଉଁମାନେ ଏହାକୁ ରାଜନୀତି କରୁଛନ୍ତି ସେମାନେ ଆଦିବାସୀ ସମାଜ ଉପରେ କେତେ କାମ କରିଛନ୍ତି  ?  ଏ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ବିଜୟ ମହାପାତ୍ର