କନକ ବ୍ୟୁରୋ: କନକନ୍ୟୁଜର ମହାପ୍ରଭାବ ବହୁ ଚର୍ଚ୍ଚିତ ମାଙ୍ଗାନିଜ୍ ଚୋରାଚାଲାଣ ଘଟଣା । ଘଟଣା ସ୍ଥଳରେ ପହଞ୍ଚିଲା ଭିଜିଲାନ୍ସ ଟିମ୍ । ୧୦ ଜଣିଆ ଭିଜିଲାନ୍ସ ଅଧିକାରୀ, ଓରସାକର ୪ ଜଣ , ତହସିଲଦାର ଓ ରେଞ୍ଜର ସାମିଲ୍ ଚଢ଼ାଉରେ ସାମିଲ ଅଛନ୍ତି । ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ । କୋଇଡା ଖଣି ମଣ୍ଡଳର ମାଲଦା, ରୁଶିବେଣୁଆ, ଗିଡେଇ, ମୁଟୁକୁଦର, ପାଟମୁଣ୍ଡା, କଳମଙ୍ଗ, ଗଣୁଆଁ ଅଞ୍ଚଳରେ ପହଞ୍ଚି ସରଜମିନ ତଦନ୍ତ କରୁଛନ୍ତି ଟିମ୍ । ଭୁବନେଶ୍ବରରୁ ଆସି ତଦନ୍ତ ଆରମ୍ଭ ହୋଇଛି । କୋଇଡା ଖଣି ଉପନିର୍ଦ୍ଦେଶକ ମଧ୍ୟ ସାଙ୍ଗରେ ଉପସ୍ଥିତ ଅଛନ୍ତି । କନକନ୍ୟୁଜ୍ ମାଙ୍ଗାନିଜ୍ ଚୋରାଚାଲାଣ ନେଇ ବାରମ୍ବାର ଖବର ପ୍ରସାରଣ ହୋଇ ଆସୁଛି ।
ସୁନ୍ଦରଗଡ଼ରେ ମାଙ୍ଗାନିଜ୍ ଚୋରାଚାଲାଣ ଘଟଣା: ତଦନ୍ତ ପାଇଁ ପହଞ୍ଚିଲା ୧୦ ଜଣିଆ ଭିଜିଲାନ୍ସ ଟିମ୍
କନକନ୍ୟୁଜର ମହାପ୍ରଭାବ ବହୁ ଚର୍ଚ୍ଚିତ ମାଙ୍ଗାନିଜ୍ ଚୋରାଚାଲାଣ ଘଟଣା । ଘଟଣା ସ୍ଥଳରେ ପହଞ୍ଚିଲା ଭିଜିଲାନ୍ସ ଟିମ୍ ।
/kanak/media/media_files/2025/06/24/33dmanaganesse-2025-06-24-13-50-48.jpg)