ବଣ୍ଡା ଘାଟିର ପ୍ରଥମ ଡାକ୍ତର ହେବେ ମଙ୍ଗଳା ମୁଦୁଲି; ନିଟ୍‌ ପରୀକ୍ଷାରେ ପାଇଲେ ସଫଳତା

ଡାକ୍ତର ହେବେ ବଣ୍ଡା ଯୁବକ। ପ୍ରଥମ ଥର ପାଇଁ ଆଦିମ ବଣ୍ଡା ଜନଜାତୀରୁ ଜଣେ ଶିକ୍ଷିତ ଯୁବକ ଡାକ୍ତର ହେବାକୁ ଯାଉଛନ୍ତି। ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ସ୍ଥିତ ଅଣ୍ଡ୍ରାହାଲ ପଞ୍ଚାୟତ ଅନ୍ତର୍ଗତ ବଡବେଲ ଗାଁର ମଙ୍ଗଳା ମୁଦୁଲି ନିଟ୍ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ପରେ ଡାକ୍ତର ହବା ଲାଗି ନିଜକୁ ଯୋଗ୍ୟ ପ୍ରମାଣିତ କରିଛନ୍ତି।

medicalStudy

କନକ ବ୍ୟୁରୋ: ଡାକ୍ତର ହେବେ ବଣ୍ଡା ଯୁବକ। ପ୍ରଥମ ଥର ପାଇଁ ଆଦିମ ବଣ୍ଡା ଜନଜାତୀରୁ ଜଣେ ଶିକ୍ଷିତ ଯୁବକ ଡାକ୍ତର ହେବାକୁ ଯାଉଛନ୍ତି। ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ସ୍ଥିତ ଅଣ୍ଡ୍ରାହାଲ ପଞ୍ଚାୟତ ଅନ୍ତର୍ଗତ ବଡବେଲ ଗାଁର ମଙ୍ଗଳା ମୁଦୁଲି ନିଟ୍ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ପରେ ଡାକ୍ତର ହବା ଲାଗି ନିଜକୁ ଯୋଗ୍ୟ ପ୍ରମାଣିତ କରିଛନ୍ତି। 

ମଙ୍ଗଳାଙ୍କ ଓଜେଇଇ ରାଙ୍କ ୪ହଜାର ୬୦୭ ରହିଥିବା ବେଳେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ନାମ ଲେଖାଇବେ ବୋଲି ସିଟ୍ ଆଲର୍ଟ ହୋଇଛି । ମଙ୍ଗଳା ବଣ୍ଡାଘାଟି ସ୍ଥିତ ମୁଦୁଲିପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢିଥିବାବେଳେ ବଳଦିଆଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢିଛନ୍ତି । ବାପା ହାଡି ମୁଦୁଲି ଜଣେ ଚାଷୀ ହୋଇଥିବା ବେଳେ ବିଦ୍ୟାଳୟରେ ପାଠ ପଢିବା ଲାଗି ସେ ବହୁ କଷ୍ଟ କରିଛନ୍ତି। 

ଛୁଟି ଦିନେ ଲୋକଙ୍କ ବିଲବାଡରେ କାମ କରି ପଢା ଖର୍ଚ୍ଚ ତୁଲାଇଛନ୍ତି। ଏପରିକି ଛୋଟ ମୋବାଇଲ ଫୋନଟେ ଧରି ପାହାଡ ଉପର ନେଟଓର୍କ ଜାଗାକୁ ଯାଇ ପାଠ ପଢୁଥିଲେ। ମଙ୍ଗଳାଙ୍କ ପାଠ ପଢା ପ୍ରତି ନିଷ୍ଠା ତଥା ସେ ଜଣେ ମେଧାବୀ ଛାତ୍ର ହୋଇ ଥିବାରୁ ମୁଦିଲିପଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଉତ୍କଳ କେଶରୀ ଦାଶ ମଙ୍ଗଳାଙ୍କୁ ନିଜ ବାଲେଶ୍ୱର ସ୍ଥିତ ବଡକିଆ ଗାଁରେ ରଖି ପାଠ ପଢାଉଥିଲେ। ପ୍ରତିଦିନ ବଡକିଆରୁ ବାଲେଶ୍ୱର ୧୨ କିଲୋମିଟର ସାଇକେଲରେ ଆସି କୋଚିଙ୍ଗ ନେଉଥିଲେ ମଙ୍ଗଳା। 
ବଡକିଆ ଗାଁରେ ପନିପରିବା ଚାଷ କରି ପାଠ ପଢୁଥିଲେ। ମଙ୍ଗଳାଙ୍କ କାହାଣୀ ଏବେ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିଛି । ତାଙ୍କର ଏଭଳି ସଫଳତା ପାଇଁ ତାଙ୍କୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe