କନକ ବ୍ୟୁରୋ : ଅପପୁଷ୍ଟିକୁ ନେଇ ବାରମ୍ବାର ଅପଖ୍ୟାତି ମୁଣ୍ଡାଇଛି ଓଡ଼ିଶା। ନଗଡା ହେଉଛି ହେଉଛି ଏହାରନଗ୍ନଉଦାହରଣ। ପୂର୍ବ ସରକାରର ସେହି ଅପଖ୍ୟାତିରୁମୁକୁଳିବାକୁ ଏବେ ମୋହନ ସରକାର ନେବାକୁ ଯାଉଛନ୍ତି କେତେକ ନୂଆ ପଦକ୍ଷେପ। ସ୍ଲୋଗାନରେ ସୀମିତ ନରହିଅପପୁଷ୍ଟି ମୁକ୍ତ ଓଡିଶା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

Advertisment

ଅପପୃଷ୍ଟିମୁକ୍ତ ଓଡିଶା ଗଠନ କରିବାକୁ ଯୋଜନା କରୁଛନ୍ତି ସରକାର । ସେଥିପାଇଁ ଛତୁଆ ବଦଳରେ ଏବେ ପିଲାଙ୍କୁ ମାଣ୍ଡିଆଦେବା ପାଇଁ ଚିନ୍ତା କରୁଛନ୍ତି ସରକାର । ରାଜ୍ୟରେ ସବୁଆଡେ ଏବେ ଛତୁଆ ନୁହଁ ବରଂଆଞ୍ଚଳିକତା ଭିତ୍ତିରେ ପିଲାଙ୍କୁ ଦିଆଯିବ ଖାଦ୍ୟ । ଖରାପ ଛତୁଆକୁନେଇ ସରକାର ସବୁବେଳେ ନିନ୍ଦା ଅପବାଦ ମୁଣ୍ଡାଉଛନ୍ତି । ଆଗକୁ ପୁଷ୍ଟିଯୁକ୍ତ ଛତୁଆ କିଭଳି ପ୍ରସ୍ତୁତହେବ ଏବଂ ଏହାର ମାନ ବଜାୟ ରହିବ ସେଥିପାଇଁ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନିଆଯିବ ବୋଲି କହିଛନ୍ତିଉପମୁଖ୍ୟମନ୍ତ୍ରୀ ।

ପୋଷଣ ମାସପାଳନ କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ଓ ସିଡ଼ିପିଓ ଅପପୁଷ୍ଟି ମୁକ୍ତ ଓଡ଼ିଶାର ଉଦାହରଣ ରଖିଥିଲେ ।କିନ୍ତୁ ସତ ଠାରୁ ବହୁ ଦୂରରେ ଥିବା କହି ବାସ୍ତବତାର ଆଇନା ଦେଖାଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଆଇନାଦେଖାଇଲେ ପ୍ରଭାତୀ

-ରାଜ୍ୟରେ ୧୦ ଲକ୍ଷରୁ ଅଧିକ କମ ଉଚ୍ଚତା ବିଶିଷ୍ଟ ପିଲା ରହିଛନ୍ତି

-୨୦ ଲକ୍ଷ ପିଲା ରକ୍ତହୀନତାର ଶିକାର

-୫ ଲକ୍ଷ ଶିଶୁଙ୍କର ମାଂସପେଶୀ ଦୁର୍ବଳ ରହିଛି

-୨୪ ଲକ୍ଷ ମହିଳାଙ୍କର ଆବଶ୍ୟକତା ଠାରୁ କମ ଓଜନ ରହିଛି

-୩ ଲକ୍ଷ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର

କିଛି ଏଭଳି କହି ରାଜ୍ୟରେ ଅପପୁଷ୍ଟିର ବିକଳ ଚିତ୍ରକୁ ସାମ୍ନାକୁ ଆଣିଛନ୍ତିଉପମୁଖ୍ୟମନ୍ତ୍ରୀ ।

୨୦୧୮ ମସିହାପରଠାରୁ ରାଜ୍ୟରୁ କୁପୋଷଣ ଦୂର କରିବାକୁ ପୋଷଣ ମାସ ପାଳନ ହୋଇ ଆସୁଛି । କର୍ମଚାରୀ ବାରମ୍ବାର ଶପଥନେଉଛନ୍ତି, କିନ୍ତୁ ସରକାର ଏ ଦିଗରେ ସଫଳ ହେଉନାହାନ୍ତି । ଏବେ ସରକାରଙ୍କ ତତ୍ପରତା ରାଜ୍ୟରୁ କୁପୋଷଣଦୂର କରିବାରେ କେତେ ସହାୟକ ହେବ ତାହା ଉପରେ ନଜର ରହିବ ।