କନକ ବ୍ୟୁରୋ: ଗଞ୍ଜାମରେ ଖୋଲିଲା ଧାନ ମଣ୍ଡି । ପରିବହନ ମନ୍ତ୍ରୀ ବିଭୁତି ଜେନା ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ଡ଼ିସେମ୍ବର ୨୩ ତାରିଖରେ ମଣ୍ଡି ଖୋଲିବାକୁ ସ୍ଥିର ହୋଇଥିଲା । ଅଦିନିଆ ବର୍ଷା ଲାଗି ଜିଲ୍ଲାପାଳ ମଣ୍ଡି ତାରିଖ ଘୁଞ୍ଚାଇ ଥିଲେ । ଆଜି ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ କୋଳଥି ଗାଁରେ ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି ଖଣି ଓ ପରିବହନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା । ଦାସପୁର ସେବା ସମବାୟ ସମିତିରେ ଚାଷୀ ଧାନ ବିକ୍ରି କରିଛନ୍ତି । 

Advertisment

ସେପଟେ ମଣ୍ଡିରୁ ଉଠୁନି ଧାନ । ଦୀର୍ଘ ଦୁଇ ସପ୍ତାହ ଧରି ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଛି । ଧାନ ଉଠିବା ଯାଏଁ ମଣ୍ଡିରେ ବସି ରହିବାକୁ ବିଧାୟକଙ୍କ ନିଷ୍ପତି ନେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ କୁମୁଡାବାଲି ସ୍ଥିତ ଧାନମଣ୍ଡିରେ । ଏହି ମଣ୍ଡିରେ ଦୁଇ ସପ୍ତାହ ଧରି ପ୍ରାୟ ୫ ହଜାର ବସ୍ତା ଧାନ ପଡିରହିଛି । ଏହାକୁ ଏଫଏକ୍ୟୁ ମାନର ଧାନ ନାହିଁ ବୋଲି ସରକାର ଧାନ ଉଠାଉ ନଥିବାରୁ ଚାଷୀ ଦିନରାତି ଧାନକୁ ଜଗି ରହିଛନ୍ତି । ଖବରପାଇ ଆଜି ବିଷମକଟକ ବିଧାୟକ ନିଳମାଧବ ହିକକା ମଣ୍ଡିରେ ପହଞ୍ଚି ଚାଷିଙ୍କ ସହ ଆଲୋଚନା କରିବା ପରେ ସମସ୍ତ ଧାନ ଉଠିବା ପର୍ୟ୍ୟନ୍ତ ମଣ୍ଡିରେ ବସି ରହିବେ ବୋଲି କହିଛନ୍ତି ।