କନକବ୍ୟୁରୋ : ମାଲକାନଗିରିରେ ଥମୁନି ମଣ୍ଡି ଯନ୍ତ୍ରଣା। ଏମଭି ୧୧ ରାଜରାସ୍ତାରେ ଧାନ ରଖି ରାସ୍ତା ଅବରୋଧ କଲେ ଚାଷୀ । ଫଳରେ ମାଲକାନଗିରି-ବାଲିମେଳା-ଚିତ୍ରକୋଣ୍ଡା ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି । ସିନ୍ଧ୍ରିମାଳ ଓ ଗୌଡଗୁଡା ପଂଚାୟତ ଚାଷୀ ରାଜରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ଗତ ଏକ ମାସ ଧରି ଧାନ ଉଠି ନଥିବା ଅଭିଯୋଗ କରିଛନ୍ତି ଚାଷୀ । ଏପରିକି ଟୋକନ ଅବଧି ସରିବାକୁ ଆସିଲାଣି ଯାହାକୁ ନେଇ ତାତିଛନ୍ତି ଚାଷୀ । ଏମଭି ୧୧ ମଣ୍ଡିରେ ୧୦ ହଜାର କ୍ବିଂଟାଲ ଧାନ ରହିଥିବା ବେଳେ ଧାନ ଉଠାଯାଇନାହିଁ ।
ମାଲକାନଗିରିରେ ମଣ୍ଡି ଯନ୍ତ୍ରଣା : ଏମଭି ୧୧ ରାଜରାସ୍ତାରେ ଧାନ ରଖି ରାସ୍ତା ଅବରୋଧ
ମାଲକାନଗିରିରେ ଥମୁନି ମଣ୍ଡି ଯନ୍ତ୍ରଣା। ଏମଭି ୧୧ ରାଜରାସ୍ତାରେ ଧାନ ରଖି ରାସ୍ତା ଅବରୋଧ କଲେ ଚାଷୀ । ଫଳରେ ମାଲକାନଗିରି-ବାଲିମେଳା-ଚିତ୍ରକୋଣ୍ଡା ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି ।
/kanak/media/media_files/2026/03/07/chasi-2026-03-07-13-12-51.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)