ସମ୍ବଲପୁରରେ ସରୁନି ମଣ୍ଡି କେଳେଙ୍କାରୀ, ମିଲରଙ୍କ ଖାତାକୁ ଯାଉଛି ଲୋଡ, ଅନଲୋଡ ଟଙ୍କା, ଶ୍ରମିକ ନିରାଶ

Advertisment

ଗତ ୨୦୨୩-୨୪ ଖରିଫ ଋତୁରେ ଶ୍ରମିକ ଖର୍ଚ୍ଚ ବାବଦକୁ ମିଲ ଗୁଡ଼ିକୁ ଦିଆଯାଇଛି ୨କୋଟି ୪୬ ଲକ୍ଷ ୫୭ ହଜାର ୮୭୧ ଟଙ୍କା । କିନ୍ତୁ ଏଠି ଚାଷୀ ହିଁ ଲେବର ବା ଶ୍ରମିକଙ୍କ କାମ କରୁଛନ୍ତି ।  ସେହିପରି ପରିବହନ ପାଇଁ ପ୍ରତିବର୍ଷ ଟେଣ୍ଡର ହେବା କଥା, କିନ୍ତୁ ହେଉନି । ପରିବହନ ଖର୍ଚ୍ଚ ବାବଦ ଅର୍ଥ ମଧ୍ୟ ବାବୁଙ୍କ ପକେଟକୁ ଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

sambalpur

କନକ ବ୍ୟୁରୋ : ଚାଷୀଙ୍କ ଗାଡ଼ିରେ ମିଲକୁ ଯାଉଛି ଧାନ । ନିଜେ କରୁଛନ୍ତି ଲୋଡିଂ । କିନ୍ତୁ ଟଙ୍କା ନେଉଛନ୍ତି ମିଲ ମାଲିକ । ନା ସମ୍ବଲପୁରରେ ନା ବରଗଡ଼ରେ, କେଉଁଠି ବି ହେଉନି ମଣ୍ଡି ହ୍ୟାଣ୍ଡେଲିଂ । ଚାଷୀ ଖଳାରୁ ଧାନ ଲୋଡିଂ କରି ଆଣୁଛନ୍ତି, ମଣ୍ଡିରେ ଅନଲୋଡ ନକରି ଟୋକନ କାଟିବା ପରେ ସିଧା ସେହି ଗାଡ଼ିରେ ମିଲକୁ ନେଉଛନ୍ତି । ମିଲର କେବଳ ଧାନ ଅନଲୋଡିଂ କରୁଛନ୍ତି ।

ଅଧିକ ପଢ଼ନ୍ତୁ :  ସମ୍ବଲପୁରରେ ଚାଷୀଙ୍କ ନିଆରା ପ୍ରତିବାଦ : କେଜି ପିଛା ୧୦ ଟଙ୍କାରେ ବିକିଲେ ଧାନ

 ଗତ ୨୦୨୩-୨୪ ଖରିଫ ଋତୁରେ ଶ୍ରମିକ ଖର୍ଚ୍ଚ ବାବଦକୁ ମିଲ ଗୁଡ଼ିକୁ ଦିଆଯାଇଛି ୨କୋଟି ୪୬ ଲକ୍ଷ ୫୭ ହଜାର ୮୭୧ ଟଙ୍କା । କିନ୍ତୁ ଏଠି ଚାଷୀ ହିଁ ଲେବର ବା ଶ୍ରମିକଙ୍କ କାମ କରୁଛନ୍ତି ।  ସେହିପରି ପରିବହନ ପାଇଁ ପ୍ରତିବର୍ଷ ଟେଣ୍ଡର ହେବା କଥା, କିନ୍ତୁ ହେଉନି । ପରିବହନ ଖର୍ଚ୍ଚ ବାବଦ ଅର୍ଥ ମଧ୍ୟ ବାବୁଙ୍କ ପକେଟକୁ ଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ପଶ୍ଚିମ ଓଡ଼ିଶାର ପ୍ରତିଟି ଜିଲ୍ଲାରେ ଏଭଳି ସ୍ଥିତି । ବରଗଡ଼ରେ ତ ପ୍ରତିବର୍ଷ ମଣ୍ଡି ହ୍ୟାଣ୍ଡେଲିଂ ବାବଦକୁ ମିଲରଙ୍କୁ ଦିଆଯାଉଛି ପ୍ରାୟ ୧୫ କୋଟି । ଆଶ୍ଚର୍ଯ୍ୟର କଥା  କୌଣସି ମଣ୍ଡିରେ ହେଉନି ହ୍ୟାଣ୍ଡଲିଂ।  ଏନେଇ ଆମେ ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe