କନକ ବ୍ୟୁରୋ :  ଚାଷୀ ଧାନ ଆଣି ମଣ୍ଡିରେ ଗଦା କରିଛନ୍ତି। କିନ୍ତୁ ବର୍ଷା ସବୁ କିଛି ବିଗାଡ଼ି ଦେଇଛି । ଟାର୍ଗେଟ୍ ଆସିନଥିବାରୁ ଧାନ କିଣା ଯାଉନଥିବାରୁ ରାୟଗଡ଼ା ଜିଲ୍ଲା ଗୁଣୁପୁର କୁଜେନ୍ଦରୀ ଅଞ୍ଚଳର ଚାଷୀ ହତାଶ ହୋଇଛନ୍ତି ।  ପାଲ ତଳେ ପାଣିରେ ଘୋଡା ହୋଇ ପଡିରହିଛି ଧାନ । କେବେ ଖରା ହେବ ଓ ପାଣି ଶୁଖିବ ତାକୁ ଅନେଇ ରହିଛି ଚାଷୀ ।

Advertisment

ମାଲକାନଗିରି ଜିଲ୍ଲାରେ ଗତ ୧୬ ତାରିଖରୁ ମଣ୍ଡି ଖୋଲିଛି । ପ୍ରଥମେ ମିଲର ଟ୍ୟାଗିଂ ନଥିବାରୁ ଧାନ ଉଠୁନଥିଲା । ଟ୍ୟାଗିଂ ପରେ ମଧ୍ୟ ଅନେକ ମଣ୍ଡିରୁ ମିଲର ଧାନ ଉଠାଉ ନାହାନ୍ତି । ତଣ୍ଡାପାଲିରେ ଦ୍ବିତୀୟ ମଣ୍ଡି ଖୋଲି ଥିବା ବେଳେ ପ୍ରଥମ ମଣ୍ଡିର ଧାନ ଉଠିନାହିଁ।

ଜୟପୁରରେ ଚାଷୀ ମଣ୍ଡିରେ ଧାନ ବିକି ନପାରି ଗତକାଲି ରାସ୍ତାକୁ ଓହ୍ଲାଇଥିଲେ। ଧାନ କିଣା ନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଡେଡଲାଇନ ଦେଇଛନ୍ତି । ୨୫ ତାରିଖ ସୁଦ୍ଧା ମଣ୍ଡିରୁ ଧାନ ନଉଠିଲେ ୨୬ ତାରିଖରେ ଜୟପୁର ବନ୍ଦ କରାଯିବ ବୋଲି ସେ କହିଛନ୍ତି। 

ମଣ୍ଡିରେ ଧାନ ଉଠୁ ନଥିବାରୁ ବର୍ଷାରେ ଭିଜୁଥିବା ବେଳେ ବହୁ ସ୍ଥାନରେ ଏପର୍ୟ୍ୟନ୍ତ ମଣ୍ଡି ଖୋଲିନାହିଁ। କ୍ଷେତ ଓ ଖଳାରେ ଧାନ ଭିଜି ନଷ୍ଟ ହେଉଛି ।