କନକ ବ୍ୟୁରୋ: ଯୋଗାଣ ମନ୍ତ୍ରୀଙ୍କ ନିଜ ଘର ପାଖ ମଣ୍ଡି ନଖୋଲିବାକୁ ନେଇ ହଇଚଇ ହେବା ପରେ ପ୍ରଶାସନର ଚେତା ପଶିଛି। ଶେଷରେ ମଣ୍ଡି ଖୋଲିଛି। ମଣ୍ଡିରୁ ଧାନ ଉଠିଛି। ହେଲେ, ଚାଷୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସାଂଘାତିକ।
ବହୁ ବିବାଦ ପରେ ଶେଷରେ ମନ୍ତ୍ରୀଙ୍କ ଗାଁ ପାଖ ଢ଼େଙ୍କାନାଳ ସଦର ବ୍ଲକ କାଙ୍କଡ଼ପାଳ ସମବାୟ ସମିତିରେ ଧାନ ମଣ୍ଡି ଖୋଲିଛି। କାଲି ଖାଲି ପଡିଥିବା ମଣ୍ଡିରେ ଆଜି ଗହଳି ଚହଳି ବଢ଼ି ଯାଇଛି। ଚାଷୀ ମଣ୍ଡିକୁ ଧାନ ଆଣିଛନ୍ତି। ମିଲର ଗାଡି ଲଗାଇ ଧାନ କିଣିଛନ୍ତି । ହେଲେ, ଯେଉଁ କଥା ଲାଗି ବିବାଦ ଲାଗି ରହିଥିଲା । ସେଥିରୁ ନିସ୍ତାର ପାଇନାହାନ୍ତି ଚାଷୀ । ସବୁ ଚାଷୀ ମୁହଁ ଖୋଲୁନଥିଲେ ବି ଆର୍ଥିକ ଅନଟନ ଭିତରେ ଥିବା ଚାଷୀ କହିଛନ୍ତି କୁଇଣ୍ଟାଲ ପିଛା ୪ କେଜି କଟା ହେଉଛି ।
ଏହି ମଣ୍ଡିର ପ୍ରଥମ ଫେଜ ରେ ୧୫, ୫୦୦ କ୍ଵିଣ୍ଟାଲ ଟାର୍ଗେଟ ରୁ ଆଜିକୁ ମିଶାଇ ୩ଥର ମଣ୍ଡିରେ ୨୦୦୦ କ୍ଵିଣ୍ଟାଲ ଉର୍ଦ୍ଧ୍ବ ଧାନ ଉଠାଣ ହେଇଛି କ୍ଷ ୬୨୪ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ ହେଇଛି କ୍ଷ ମିଲରଙ୍କ ଉପସ୍ଥିତିରେ ଧାନ ର ମାନ ପରୀକ୍ଷଣ ହେଇ ଟ୍ରକ କୁ ଉଠୁଛି କ୍ଷ ସମବାୟ ସମିତି ସଭାପତି କହୁଛନ୍ତି ଚାଷୀ ଓ ମିଲାର ଙ୍କ ଭିତରେ ଉତ୍ତମ ବୁଝାମଣା ପରେ ଧାନ ଉଠୁଛି କ୍ଷ ମିଲାର କହି ଛନ୍ତି ଆଉ କୌଣସି ଅସୁବିଧା ନାହିଁ ଓ ଏହି ମଣ୍ଡିର ସବୁ ଧାନ ଉଠାଯିବ କ୍ଷ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/01/30/dxa30D3haLwxas9yIhsM.jpg)