ସମ୍ବଲପୁର କୁଚିଣ୍ଡାରେ ମଣ୍ଡି ଅଚଳାବସ୍ଥା : କ୍ବିଣ୍ଟାଲ୍‌ ପିଛା ୫କେଜି ଧାନ କଟାଯାଉଥିବା ଅଭିଯୋଗ

Advertisment

ଧାନମଣ୍ଡିରେ ଚାଷୀଙ୍କ ବିକ୍ଷୋଭ । ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ।  ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଖରିଫଋତୁ ଧାନ ସଂଗ୍ରହ ପାଇଁ ଗତ ନଭେମ୍ବର ୨୮ ତାରିଖରୁ ମଣ୍ଡି ଖୋଲିଛି

ଧାନମଣ୍ଡିରେ ଚାଷୀଙ୍କ ବିକ୍ଷୋଭ । ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ।  ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଖରିଫଋତୁ ଧାନ ସଂଗ୍ରହ ପାଇଁ ଗତ ନଭେମ୍ବର ୨୮ ତାରିଖରୁ ମଣ୍ଡି ଖୋଲିଛି

43

Photograph: (KANAKNEWS)

କନକବ୍ୟୁରୋ : ଧାନମଣ୍ଡିରେ ଚାଷୀଙ୍କ ବିକ୍ଷୋଭ । ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ।  ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଖରିଫଋତୁ ଧାନ ସଂଗ୍ରହ ପାଇଁ ଗତ ନଭେମ୍ବର ୨୮ ତାରିଖରୁ ମଣ୍ଡି ଖୋଲିଛି ।  ଉପଖଣ୍ଡରେ ମୋଟ ୫୭ ଗୋଟି ଧାନ ସଂଗ୍ରହ କେନ୍ଦ୍ର କରାଯାଇଥିବା ବେଳେ, ୫୧ଟି ଧାନ ସଂଗ୍ରହ କେନ୍ଦ୍ରରେ ଲ୍ୟାମ୍ପସ୍‌ ଓ ୬ଟି ଧାନ ସଂଗ୍ରହ କେନ୍ଦ୍ରରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଚାଷୀଙ୍କ ଧାନ ସଂଗ୍ରହ କରୁଛନ୍ତି ।  

ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଜନଶୁଣାଣି : ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର ୭ ଜଣ ବରିଷ୍ଠ ମନ୍ତ୍ରୀ ସାମିଲ

କିନ୍ତୁ ବର୍ତ୍ତମାନ ଧାନ ବିକ୍ରିରେ ଅଚଳ ଅବସ୍ଥା ଦେଖାଦେଇଛି ।  ଜମନକିରା ଲ୍ୟାମ୍ପସ୍‌ ଅଧୀନ ଭୋଜପୁର ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡିଛି ।  ଯାହାକୁ ନେଇ ଚାଷୀ ମଣ୍ଡିରେ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା  ଦାହ କରିଛନ୍ତି। ମଣ୍ଡି ସମସ୍ୟା ନେଇ ଚାଷୀ ଅସନ୍ତୋଷ ।  ଗତ ୨୩ ତାରିଖରୁ ଗଞ୍ଜାମରେ ବିଧିବଦ୍ଧ ଭାବେ ମଣ୍ଡି ଉଦଘାଟନ ହୋଇଛି । ମଣ୍ଡିରେ ଚାଷୀ ଧାନ ଦେବା ପ୍ରକ୍ରିୟା ବି ଆରମ୍ଭ ହୋଇଛି ।

ହେଲେ ଧରାକୋଟ ବ୍ଳକର ଜଗମୋହନ ପଞ୍ଚାୟତର ଚାଷୀ ଆଣିଛନ୍ତି ଭିନ୍ନ ଅଭିଯୋଗ ।  ଚାଷୀଙ୍କ ଅଭିଯୋଗ କି ଚାଷୀ ମଣ୍ଡିକୁ ଧାନ ଧରିଗଲେ ସେଠାରେ କେବଳ ଏକ ଫଟୋ ଉଠାଇ ପୁଣି ସେମାନଙ୍କୁ ମିଲରଙ୍କ ପାଖକୁ ପଠାଯାଉଛି ।  ଯାହା କି ମଣ୍ଡି ନିୟମର ବିରୁଦ୍ଧ ଅଟେ ।  ଅନ୍ୟପଟେ ମିଲ୍‌ରେ ଜାଣିଶୁଣି ଚାଷୀଙ୍କ ଧାନ ଖରାପ ଦର୍ଶାଇ କ୍ବିଣ୍ଟାଲ୍ ପିଛା ୫ କିଲୋ ଅଧିକ ଧାନ ନେଉଛନ୍ତି ।  ଏହା ସହ ମିଲ୍‌ରେ ଧାନ ଅନ୍‌ଲୋଡ୍‌ କରିବାକୁ ଦିନ ଦିନ ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି ଚାଷୀ । ଯାହାକୁ ନେଇ ଚାଷୀ ୧ ତାରିଖରେ ଧରାକୋଟ ତହସିଲଦାରଙ୍କୁ ଭେଟିଥିଲେ । ତେବେ  ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe