ରାୟଗଡ଼ାରେ ମଣ୍ଡି ଅବ୍ୟବସ୍ଥା ; ଉଠିପାରୁନି ଧାନ

Advertisment

ଚାଷୀ ଭାବିଥିଲେ ଏବେ ଧାନ କିଣାହବ , ଟୋକନ ପାଇଁ ମଣ୍ଡିକୁ ଧାନ ଆଣିଲେ । ହେଲେ ମଣ୍ଡିକୁ ମିଲର ଆସୁନଥିବାରୁ ଧାନ ଉଠିପାରୁନି । ଫଳରେ ସେମିତି ମଣ୍ଡିରେ ପଡ଼ିରହିଛି ଧାନ । ଧାନ ପଡ଼ି ପଡ଼ି ନଷ୍ଟ ହେବାର ଆଶଙ୍କା ଚାଷୀକୁ ଡରାଉଛି । 

ଚାଷୀ ଭାବିଥିଲେ ଏବେ ଧାନ କିଣାହବ , ଟୋକନ ପାଇଁ ମଣ୍ଡିକୁ ଧାନ ଆଣିଲେ । ହେଲେ ମଣ୍ଡିକୁ ମିଲର ଆସୁନଥିବାରୁ ଧାନ ଉଠିପାରୁନି । ଫଳରେ ସେମିତି ମଣ୍ଡିରେ ପଡ଼ିରହିଛି ଧାନ । ଧାନ ପଡ଼ି ପଡ଼ି ନଷ୍ଟ ହେବାର ଆଶଙ୍କା ଚାଷୀକୁ ଡରାଉଛି । 

Odisha

Odisha Photograph: (KanakNews)

କନକ ବ୍ୟୁରୋ : ରାୟଗଡ଼ାରେ ଚଳିତ ବର୍ଷ ୪୩ଟି ମଣ୍ଡିରେ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ମଣ୍ଡି ଉଦ୍‌ଘାଟନ ସରିଛି । ଚାଷୀ ଭାବିଥିଲେ ଏବେ ଧାନ କିଣାହବ । ଟୋକନ ପାଇଁ ମଣ୍ଡିକୁ ଧାନ ଆଣିଲେ । ହେଲେ ମଣ୍ଡିକୁ ମିଲର ଆସୁନଥିବାରୁ ଧାନ ଉଠିପାରୁନି । ଫଳରେ ସେମିତି ମଣ୍ଡିରେ ପଡ଼ିରହିଛି ଧାନ । ଧାନ ପଡ଼ି ପଡ଼ି ନଷ୍ଟ ହେବାର ଆଶଙ୍କା ଚାଷୀକୁ ଡରାଉଛି । 

ଏ ଖବର ରାୟଗଡ଼ା ନିୟନ୍ତ୍ରିତ ବଜାର କମିଟି ପରିସରରେ ଥିବା ଧାନ ମଣ୍ଡିର , ଓଜନକରା ଯନ୍ତ୍ର ଅଛି । ମାନ ନିରୂପଣ ପାଇଁ ବି ଯନ୍ତ୍ର ରଖାହୋଇଛି । କର୍ମଚାରୀ ଚୁପଚାପ୍‌ ହୋଇବସିଛନ୍ତି । ଅନ୍ୟପଟେ କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍‌ ଧାନ ଖୋଲା ଆକାଶ ତଳେ ପଲିଥିନ ଘୋଡ଼ା ହୋଇରହିଛି । ହେଲେ ମଣ୍ଡି ଉଦଘାଟନର ୫ ଦିନ ପରେ ବି ମିଲର୍ସଙ୍କ ଦେଖାନାହିଁ । ଯୋଗାଣ ବିଭାଗ ଓ ମିଲର୍ସଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇନଥିବାରୁ ମିଲର ଆସୁନାହାନ୍ତି,  ଯାହାର ଫଳ ଭୋଗୁଛନ୍ତି ଚାଷୀ ।

ଅଧିକ ପଢ଼ନ୍ତୁ---ଜୀବନ ପାଇଁ ଜୀବିକା ; ଦିବ୍ୟାଙ୍ଗ ବାପା ପୁଅଙ୍କ ସଂଘର୍ଷ

କଣ୍ଟ ପୁରି ଯାଇଥିଲେ ସୁଦ୍ଧା ମିଲର୍ସ ଖରିଫ ଚାଉଳ ବର୍ତ୍ତମାନ ସୁଦ୍ଧା ଫେରାଇନାହାନ୍ତି । ସରକାରଙ୍କ ନିୟମ ଅନୁସାରେ, ଯେଉଁ ମିଲର୍ସ ଟାର୍ଗେଟ୍ ପୂରଣ କରିନଥିବେ ସେମାନେ ମଣ୍ଡିରେ ଅଂଶଗ୍ରହଣ କରିପାରିବେନି । ରାୟଗଡ଼ାରେ ୫୦ଟି ମିଲର୍‌ ୬୪, ୭୧୧.୩୯ କ୍ବିଣ୍ଟାଲ୍‌ ଚାଉଳ ଯୋଗାଣ ବିଭାଗକୁ ଫେରାଇନାହାନ୍ତି । ଫଳରେ ଚୁକ୍ତି ହୋଇପାରୁନି । ଅନ୍ୟପଟେ ୨୪ ମିଲର୍‌ ଯୋଗାଣ ବିଭାଗ ନିକଟରେ ପଞ୍ଜୀକୃତ କରିସାରିଛନ୍ତି । ହେଲେ ଯୋଗାଣ ବିଭାଗ ଏମାନଙ୍କୁ ନେଇ କାହିଁକି ଧାନ କିଣୁନି? ତାକୁ ନେଇ ପ୍ରଶ୍ନ ଉଠୁଛି । ରାୟଗଡ଼ାରେ ୨୧ ହଜାର ୪୮୬ ଜଣ ଚାଷୀ ନିଜ ନାମ ପଞ୍ଜୀକରଣ କରିଛନ୍ତି । ସେଥିମଧ୍ୟରୁ ୧୯ ହଜାର ୭୯୮ ଜଣ ଚାଷୀ ଯୋଗ୍ୟ ହୋଇଛନ୍ତି । ଯେଉଁ ମିଲର ଚାଉଳ ଫେରାଉନାହାନ୍ତି ତାଙ୍କ ବିରୁଦ୍ଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମଣ୍ଡିରୁ ଧାନ ଉଠାଇବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe