କନକ ବ୍ୟୁରୋ : ଜମୁଛି ମଣ୍ଡେଇ ଆସର। ଦର୍ଶକଙ୍କ ମନମହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଦ୍ୱିତୀୟ ସନ୍ଧ୍ୟାରେ ଜମିଲା ଭିଡ଼ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ସାଂସ୍କୃତିକ ଦଳର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକୁଛି ମଣ୍ଡେଇ ମଞ୍ଚ । ଦ୍ୱିତୀୟ ସନ୍ଧ୍ୟାର ଆରମ୍ଭରୁ ବର୍ଷା ସହ ଶୀତରେ ମଧ୍ୟ ମାନଲୋଭା ସାଂସ୍କୃତିକ କାର୍ୟ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ମତୁଆଲା କରିଛି । ଡାବୁଗାଁର ଢେମସା ନୃତ୍ୟ, ମଲଖମ ନୃତ୍ୟ, ପଶ୍ଚିମବଙ୍ଗର ପୁରୁଲିଆଛାର, ନନ୍ଦାହାଣ୍ଡିର ଦଣ୍ଡରା ନୃତ୍ୟ, ଝାଡଖଣ୍ଡର କୁମାରୀ ନୃତ୍ୟ ଦର୍ଶକଙ୍କ ମନକୁ ଛୁଇଁଛି । 

Advertisment

ଶନିବାର ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ଇଣ୍ଡିଆନ ଆଇଡ଼ଲ ବିଜେତା ରିଷୀ ସିଂ । କଳା ଓ ସାଂସ୍କୃତିର ଅପୂର୍ବ ମିଳନ ଦେଖିବାକୁ ମିଳିଛି । ଆଜି ତୃତୀୟ ଦିବସରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମଧ୍ୟ ସାମିଲ ହେବେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ପଲ୍ଲୀଶ୍ରୀ ମେଳା ବୁଲି ଘର କରଣ ଜିନିଷ କିଣିବାରେ ଦର୍ଶକଙ୍କ ସମୟ ବିତୁଛି ।