କନକବ୍ୟୁରୋ : ୨୦୩୬ରେ ବିଜେପି ସରକାର । ଆଉ ୨୦୪୭ରେ ଓଡ଼ିଶାରେ ସରକାର ଗଠନ କରିବ ବିଜେପି  ।  ପୁଣି ରାଜ୍ୟ ବିଜେପି ସଭାପତି ହେବା ପରେ ଏହି ବୟାନ ରଖିଛନ୍ତି ମନମୋହନ ସାମଲ ।  କହିଛନ୍ତି , ମୋତେ ମିଳିଥିବା ଦାୟିତ୍ବ ସଂଗଠନ କର୍ମକର୍ତ୍ତାଙ୍କର। କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସାଇନ ବୋର୍ଡ ପାର୍ଟିରୁ ସରକାର କରିପାରିଛୁ। କାର୍ଯ୍ୟକର୍ତ୍ତାଙ୍କ ପାଇଁ ରାଜ୍ୟରେ ଏକାକୀ ସରକାର କରିପାରିଛୁ । କାର୍ଯ୍ୟକର୍ତ୍ତାଙ୍କ ପାଇଁ ମୋହନ ଭାଇ ସରକାର ସମ୍ଭବ ହୋଇଛି ।  ଆଉ ବିଜେପି ୨୦୩୬ ଓ ୨୦୪୭ରେ ମଧ୍ୟ ସରକାରରେ ରହିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମନମୋହନ ସାମଲ ।

Advertisment

ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରି କହିଛନ୍ତି , ପୂର୍ବରୁ ବିଜେପି ଗୋଟିଏ ଦଳକୁ ଅସରପା ଗୋଟିଏ ଚଢ଼େଇ କରି ଉପହାସ କରାଯାଉଥିଲା  । ନିଶ ଦାଢ଼ି ଉଠିନଥିବା ଦୁଇ ଚାରି ଜଣ ପିଲା ବିଜେପିରେ ବୁଲୁଛନ୍ତି ବୋଲି କୁହାଯାଇ କଟାକ୍ଷ କରାଯାଉଥିଲା  । କିନ୍ତୁ ବିରୋଧୀଙ୍କ ଉପହାସର ଉତ୍ତର ମିଳିସାରିଛି  । ସରକାରକୁ ଆସିବା ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା , ତାହା ପାଳନ କରୁଛି ବୋଲି କହିଛନ୍ତି ମନମୋହନ ସାମଲ  ।