କନକ ବ୍ୟୁରୋ: କନକ ନ୍ୟୁଜର ବଡ଼ ପ୍ରଭାବ । ମାଲକାନଗିରି ଜିଲ୍ଲା ମାଥିଲି ଲ୍ୟାମ୍ପସ୍ ଦୁର୍ନୀତି ନେଇ ବଡ଼ କାର୍ଯ୍ୟାନୁଷ୍ଠାନ । ପରିଚାଳନା କମିଟିକୁ ସସପେଣ୍ଡ କରିଛି ସମବାୟ ବିଭାଗ । କମିଟି ଅଧ୍ୟକ୍ଷାଙ୍କ ଠାରୁ ଆରମ୍ଭ କରି ସମସ୍ତ ୧୫ ସଦସ୍ୟ ନିଲମ୍ବିତ ହୋଇଛନ୍ତି । ମାଥିଲି ଲ୍ୟାମ୍ପସ୍ରେ ପରିବାରବାଦ ଆଳରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ପରେ ତଦନ୍ତ ପାଇଁ କମିଟିକୁ ସସପେଣ୍ତ କରିଛନ୍ତି ମାଲକାନଗିରି ଡିଆରସିଏସ୍ । ଡିଆରସିଏସ୍ ନିଜେ ତଦନ୍ତ ନ ସରିବା ଯାଏଁ ଲ୍ୟାମ୍ପସର ଦାୟିତ୍ବ ନେବେ । ସମବାୟ ବିଭାଗ ତରଫରୁ ମାଥିଲି ଲ୍ୟାମ୍ପସ ଦୁର୍ନୀତି ଉପରେ ଖୋଳତାଡ଼ ଆରମ୍ଭ ହୋଇଛି । ସାର ଦୁର୍ନୀତି ଠାରୁ ଆରମ୍ଭ କରି ପରିବାରବାଦ ଆଳ ରେ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବା ଲିଖିତ ଅଭିଯୋଗ ହୋଇଥିଲା । ନିର୍ଦ୍ଦେଶକଙ୍କ ଅଭିଯୋଗ ଏବଂ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମାଲକାନଗିରି ସମବାୟ ବିଭାଗ ଆକ୍ସନ ମୁଡକୁ ଆସିଥିଲା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
କନକ ନ୍ୟୁଜର ପ୍ରଭାବ ; ମାଥିଲି ଲ୍ୟାମ୍ପସ୍ ଦୁର୍ନୀତିରେ ପରିଚାଳନା କମିଟି ନିଲମ୍ବିତ
କନକ ନ୍ୟୁଜର ପ୍ରଭାବ । ମାଥିଲି ଲ୍ୟାମ୍ପସ୍ ଦୁର୍ନୀତି ନେଇ ବଡ କାର୍ଯ୍ୟାନୁଷ୍ଠାନ । ପରିଚାଳନା କମିଟିକୁ ସସପେଣ୍ତ କଲା ସମବାୟ ବିଭାଗ । ପରିବାରବାଦ ଆଳରେ କୋଟି କୋଟି ଟଙ୍କା ଦୁର୍ନୀତି ନେଇ ଆସିଥିଲା ଅଭିଯୋଗ ।
/kanak/media/media_files/2025/09/07/sequence-2025-09-07-08-58-05.jpg)