ଭୁବନେଶ୍ବରରେ ଚାଞ୍ଚଲ୍ୟ: ପ୍ରେମ ନିବେଦନ କରିବାକୁ ଯାଇ ହୋଟେଲ ଛାତରୁ ଡେଇଁପଡିଲେ ଯୁବକ

ଏକତରଫା ପ୍ରେମର କରୁଣ ପରିଣତି। ମହିଳାଙ୍କ ପାଇଁ ଜୀବନ ହାରିଲେ ଯୁବକ ।  ଭୁବନେଶ୍ବର ସାମପୁର ଅଞ୍ଚଳରେ ଓୟୋ ହୋଟେଲ ଛାତରୁ ଡେଇଁଲେ ଯୁବକ। ମୃତଦେହ ବ୍ୟବଚ୍ଛେଦ ସହ ମହିଳାଙ୍କୁ ଭରତପୁର ପୁଲିସର ନୋଟିସ।

19oyo

କନକ ବ୍ୟୁରୋ: ଏକ ତରଫା ପ୍ରେମର କରୁଣ ପରିଣତି । ମହିଳାଙ୍କ ପାଇଁ ଜୀବନ ହାରିଲେ ଯୁବକ। ମହିଳାଙ୍କ ସହ ପାଟିତୁଣ୍ଡ ପରେ ଭୁବନେଶ୍ବର ସାମପୁର ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲ ଛାତରୁ ଡେଇଁ ପଡ଼ିଥିବା ଜଣାପଡିଛି।  କିଛିଦିନ ତଳେ ଏକ ଡ୍ୟାନ୍ସ ପ୍ରୋଗ୍ରାମ ପାଇଁ ବିହାର ଯାଇଥିଲେ ଏହି ଗ୍ରୁପ। ୩ ମହିଳାଙ୍କୁ ନେଇ ଏକ ଡ୍ୟାନ୍ସ ଗ୍ରୁପ ଚଳାଉଥିଲେ ଯୁବକ। ନିଜ ପୁଅ ଓ ମହିଳାଙ୍କ ସହ ପ୍ରୋଗ୍ରାମ ସାରି ଫେରିବା ପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। ମୃତଦେହକୁ ଜବତ କରି ଶବ ବ୍ୟବଛେଦ କରିବା ସହ ମହିଳାଙ୍କ ନୋଟିସ ଜାରି କରିଛି ଭରତପୁର ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe