କନକ ବ୍ୟୁରୋ: ଦେଶରେ କାହିଁକି ବଢ଼ୁଛି ପୁରୁଷ ଆତ୍ମହତ୍ୟା, ସାମ୍ନାକୁ ଆସିଲା ନୂଆ ତଥ୍ୟ । ଏକାକୀ ରହିବାକୁ ଅନ୍ୟତମ କାରଣ କହିଲା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ । ୨୦୧୫ରୁ ୨୨ ମଧ୍ୟରେ ପ୍ରତିବର୍ଷ ମହିଳାଙ୍କ ତୁଳନାରେ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରିଛନ୍ତି ପୁରୁଷ । 

Advertisment

ଭାରତୀୟ ସମାଜରେ ପୁରୁଷଙ୍କ ଆତ୍ମହତ୍ୟା ବଢିବାରେ ଲାଗିଛି । ବିଗତ କେଇ ବର୍ଷର ତଥ୍ୟ ବେଶ ଚିନ୍ତାଜନକ ରହିଛି । ଚଳିତ ବର୍ଷ କୋଟାରେ ଇନଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ହେଉ କିମ୍ବା ନିକଟରେ ଆଇଟି ପ୍ରଫେସନାଲ ଅତୁଲ ସୁବାଷଙ୍କ ଆତ୍ମହତ୍ୟା ଘଟଣା । ଏସବୁ ଦେଶବାସୀଙ୍କୁ ପ୍ରଭାବିତ କରିଛି । ଏହାରି ଭିତରେ ପୁରୁଷ ମାନେ କାହିଁକି କରୁଛନ୍ତି ଆତ୍ମହତ୍ୟା ତାକୁ ନେଇ ଏକ ସର୍ଭେ କରାଯାଇଛି । ଏହି ସର୍ଭେର ରିପୋର୍ଟ କହୁଛି,

କାହିଁକି ପୁରୁଷ କରୁଛନ୍ତି ଆତ୍ମହତ୍ୟା
ଦାୟୀ କିଏ?

  • ଭାରତରେ ଗତ ୮ ବର୍ଷରେ ପ୍ରାୟ ୧ ଲକ୍ଷ ପୁରୁଷ ଆତ୍ମହତ୍ୟା କରିଛନ୍ତି
  • ରିପୋର୍ଟ ଅନୁସାରେ ମହିଳାଙ୍କ ସଂଖ୍ୟା ରହିଛି ୪୩,୩୧୪
  • ପୁରୁଷଙ୍କ ଆତ୍ମହତ୍ୟା ହାର ୧୪.୨ ପ୍ରତିଶତ ରହିଛି
  • ଆତ୍ମହତ୍ୟା ପଛରେ ସାମାଜିକ ଓ ଆର୍ଥିକ କାରଣ ରହିଛି
  • ଘୋରଇ ହିଂସା ଓ ପାରିବାରିକ ସମସ୍ୟା ପାଇଁ ଅଧିକ ଆତ୍ମହତ୍ୟା
  • ପାରିବାରିକ ସମସ୍ୟା ପାଇଁ ୨୩.୦୬ % ପୁରୁଷ ଆତ୍ମହତ୍ୟା କରିଛନ୍ତି
  • ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ୨୩.୦୫% ପୁରୁଷ ଆତ୍ମହତ୍ୟା କରିଛନ୍ତି
  • ଦାଦନ ଓ ଋଣ ସମସ୍ୟା ପାଇଁ ୧୦% ପୁରୁଷ ଆତ୍ମହତ୍ୟା କରିଛନ୍ତି
  • ବୈବାହିକ ଜୀବନରେ ସମସ୍ୟା ପାଇଁ ମାତ୍ର ୩.୨୮% ପୁରୁଷ ଆତ୍ମହତ୍ୟା କରିଛନ୍ତି

ତଥ୍ୟ ଏହା ବି କହୁଛି ଯେ, ସମଗ୍ର ପୃଥିବୀରେ ଯୁବ ସମ୍ପ୍ରଦାୟଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବଣତା ସବୁଠାରୁ ଅଧିକ । ପୃଥିବୀର ସର୍ବମୋଟ ଜନସଂଖ୍ୟାର ୧୭.୮ ପ୍ରତିଶତ ଲୋକ ଭାରତରେ ବାସ କରନ୍ତି । କିନ୍ତୁ ପୃଥିବୀର ସର୍ବମୋଟ ଆତ୍ମହତ୍ୟାର ୨୪.୩ ପ୍ରତିଶତ ପୁରୁଷ ଭାରତରେ ଆତ୍ମହତ୍ୟା କରନ୍ତି । ତେବେ ଆଉ ଏକ ଚିନ୍ତାଜନକ ବିଷୟ ହେଉଛି ଭାରତରେ ଆତ୍ମହତ୍ୟା କରୁଥିବା ପୁରୁଷମାନେ ଏବେ ସ୍ଲିପିଂ ପିଲ୍‌ର ବ୍ୟବହାର ଅଧିକ କରୁଥିବା ଜଣାପଡିଛି । ଯାହାକୁ ରୋକାନଗଲେ ଆଗକୁ ସ୍ଥିତି ଭୟଙ୍କର ହୋଇପାରେ ।