କନକ ବ୍ୟୁରୋ: ରାମନବମୀ ବେଳେ ସୋରରେ ଜଣେ ଯୁବକଙ୍କୁ ଏକ ଧାରୁଆ ଛୁରାରେ ଆକ୍ରମଣ କରାଯାଇଛି । ସୂଚନା ଅନୁସାରେ ଆଜି ସୋରରେ ରାମ ନବମୀ ପାଳନ କରାଯାଉଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଲୋକେ ସାମିଲ ହୋଇଥିଲେ । ରାଲିରେ ଆସିଥିବା ଚିତ୍ତଳ ଗ୍ରାମର ସନ୍ତୋଷ କୁମାର ସାହୁ ଅପରାହ୍ଣରେ କୋର୍ଟ ଛକ ନିକଟରେ ଛିଡା ହୋଇଥିବା ବେଳେ ୫ ଜଣ ଯୁବକ ଦୁଇଟି ବାଇକ ଓ ଗୋଟିଏ ସ୍କୁଟିରେ ଆସି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏଥିରେ ସନ୍ତୋଷଙ୍କ ହାତ ମୁଣ୍ଡ ଓ ପିଠିରେ ଗୁରୁତର ଆଘାତ ଲାଗିଛି । ସ୍ଥାନୀୟ ଲୋକେ ସନ୍ତୋଷଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଛୁରାମାଡ଼ ହେଲା ତାହା ସ୍ପଷ୍ଟ ହୋଇନାହିଁ ।
ରାମ ନବମୀ ଶୋଭାଯାତ୍ରା ବେଳେ ଛୁରାମାଡ଼, ଜଣେ ଯୁବକ ଗୁରୁତର
ସୋରରେ ରାମ ନବମୀ ପାଳନ କରାଯାଉଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଲୋକେ ସାମିଲ ହୋଇଥିଲେ । ଚିତ୍ତଳ ଗ୍ରାମର ଜଣେ ଯୁବକ କୋର୍ଟ ଛକ ନିକଟରେ ଛିଡା ହୋଇଥିବା ବେଳେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ।
/kanak/media/media_files/2025/04/06/luZCrPoV7etq1wBMc8Kj.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)