କନକ ବ୍ୟୁରୋ : ପତ୍ନୀଙ୍କ ସ୍ମୃତିରେ ସିଲିକନ୍ ପ୍ରତିମୂର୍ତ୍ତି । କୋଭିଡରେ ପତ୍ନୀଙ୍କୁ ହରାଇଥିଲେ ବ୍ରହ୍ମପୁରର ପ୍ରଶାନ୍ତ ନାୟକ । ଆଉ ଏବେ ତାଙ୍କ ସ୍ମୃତିରେ ତିଆରି କରିଛନ୍ତି ସିଲିକନ ପ୍ରତିମୂର୍ତ୍ତି । ଏଥିପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୧୦ଲକ୍ଷ ଟଙ୍କା । ଏହି ପ୍ରତିମୂର୍ତ୍ତିକୁ ନିଜ ଘରେ ରଖିଛନ୍ତି ପ୍ରଶାନ୍ତ ।
ଭଲ ପାଇବାର ଉଦାହରଣ ଦେଇଛନ୍ତି ବ୍ରହ୍ମପୁରର ପ୍ରଶାନ୍ତ ନାୟକ । କୋଭିଡ ବେଳେ ପତ୍ନୀଙ୍କୁ ହରାଇ ମଧ୍ୟ ତାଙ୍କୁ ସିଲିକନ ପ୍ରତିମୂର୍ତ୍ତିରେ ଜୀବନ୍ତ ରଖିଛନ୍ତି ପ୍ରଶାନ୍ତ । କେବଳ ପ୍ରଶାନ୍ତ ନୁହନ୍ତି ପୂର୍ବରୁ ଅନେକ ଏଭଳି ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯାହା ବେଶ ହୃଦୟସ୍ପର୍ଶୀ । କେଉଁଠି ପିତାର ପ୍ରତିମୂର୍ତ୍ତି ତିଆରି କରିଛି ଝିଅ ତ କେତେବେଳେ ମାଆର ପ୍ରତିମୂର୍ତ୍ତି ତିଆରି କରିଛି ପୁଅ । ହଜିଯାଇଥିବା ମଣିଷର ସ୍ମୃତିକୁ ସାଉଁଟିବା ପାଇଁ ଏହା ଏକ ନିଆରା ଉପାୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/i3CaFN9TLo8s2bYOqFat.jpg)