କନକ ବ୍ୟୁରୋ : ବାରବାଟୀର ପିଛା ଛାଡୁନି ବିବାଦ। ମ୍ୟାଚ୍ ଚାଲୁଥିବାବେଳେ ଷ୍ଟାଡିଅମ୍ ଭିତରେ ଜଣେ ବ୍ୟକ୍ତି ସିଗାରେଟ୍ ଟାଣୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବେଖାତିର ଭାବେ ବ୍ୟକ୍ତି ଜଣଙ୍କ ସିଗାରେଟ୍ ଟାଣୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମ୍ରେ ପ୍ରବେଶ ପୂର୍ବରୁ ଦର୍ଶକଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଇଥାଏ । ପାଣିବଟଲ ହେଉକି, ସାମାନ୍ୟ ବିସ୍କୁଟ୍ ପ୍ୟାକେଟ୍ ମଧ୍ୟ ଷ୍ଟାଡିୟମ୍ ଭିତରେ ପ୍ରବେଶ ନିଷେଧ । ଏହା ଭିତରେ ଏ ବ୍ୟକ୍ତି କେମିତି ସିଗାରେଟ୍ ନେଇ ଭିତରକୁ ଯାଇଛନ୍ତି, ତାହାକୁ ନେଇ ଉଠିଛି ପ୍ରଶ୍ନ । ଏ ବ୍ୟକ୍ତି ଜଣଙ୍କ କାହା ଛତ୍ରଛାୟା ତଳେ ଏଭଳି ବେଖାତିର ଭାବେ ଖୁଲମଖୁଲା ସିଗାରେଟ୍ ଟାଣୁଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଫେବ୍ରୁଆରୀ ୯ ତାରିଖରେ ବାରବାଟୀରେ ଭାରତ ଇଂଲଣ୍ଡ ଦିନିକିଆ ମ୍ୟାଚ୍ ଚାଲିଥିବାବେଳେ ହଠାତ୍ ଫ୍ଲଡ ଲାଇଟ୍ କଟିଯିବାରୁ ମ୍ୟାଚ୍ ଅଟକିଯାଇଥିଲା, ଯାହାକୁ ନେଇ ଇଣ୍ଡିଆ ଟିମ୍ କ୍ୟାପ୍ଟେନ୍ ରୋହିତ ଶର୍ମା ବିରକ୍ତି ପ୍ରକାଶ କରିଥିଲେ। ଏହାକୁ ନେଇ ଖୁବ୍ ରାଜନୈକିତ ବୟାନବାଜି ହୋଇଥିଲା। ଏହି ଘଟଣାକୁ ନେଇ ଓସିଏକୁ ଉତ୍ତର ମାଗିଥିଲେ ସରକାର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/12/UhKmSAG90Xlir7y9c48A.jpg)