କନକ ବ୍ୟୁରୋ:  କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାଜସ୍ଥାନ ନାଗୌର ଜିଲ୍ଲା ଭାଦୱା ଗାଁର ୪୨ ବର୍ଷିୟ ପୁଖରାମ ବର୍ଷରେ ୩୦୦ରୁ ଅଧିକ ଦିନ ଶୋଇରହୁଥିବାରୁ ତାଙ୍କୁ ଆଖପାଖ ଲୋକେ ତାଙ୍କୁ କୁମ୍ଭକର୍ଣ୍ଣ ବୋଲି କୁହନ୍ତି । ରାମାୟଣର ଚରିତ୍ର କୁମ୍ଭକର୍ଣ୍ଣ ଚରିତ୍ର ବିଷୟରେ ତ ଶୁଣିଥିବେ କିନ୍ତୁ ଇଏ ବ୍ୟକ୍ତି କିନ୍ତୁ ସତକୁ ସତ କୁମ୍ଭକର୍ଣ୍ଣ ଭଳି ନିଦ ଶୋଉଛନ୍ତି । 

Advertisment

ତାଙ୍କର ଏ ଶୋଇବା ଏକ ସଉକ ନୁହଁ ବରଂ ଏକ ସମସ୍ୟା । ପୁଖରାମଙ୍କର ରହିଛି ଏକ୍ସିସ୍ ହାଇପରସୋମନିଆ ସମସ୍ୟା ରହିଛି , ଯାହା ଅତି ବିରଳ ଅର୍ଥାତ୍ ଖୁବ୍ କମ୍ ଲୋକଙ୍କଠାରେ ଦେଖାଯାଏ । ଏହି ସମସ୍ୟା ହେଲେ ବ୍ୟକ୍ତି ଆଖି ବୁଜୁବୁଜୁ ନିଦ ମାଡ଼ିବସେ । ଆଉ ଥରେ ନିଦରେ ଶୋଇଲେ କେତେ ଦିନ ଶୋଇବେ କିଛି କହିହୁଏନି । 

ପୁଖରାମଙ୍କ ଦୁଃଖ କିନ୍ତୁ ଲାଘବ ହେଉନି । ତାଙ୍କ କହିବା କଥା, ସେ ଚେଇଁ ରହିବାକୁ ଚାହାନ୍ତି । କିନ୍ତୁ ଶରୀର ସାଥ୍ ଦେଉନି । ଅନେକ ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ କରିସାରିଲେଣି । କିନ୍ତୁ କିଛି ଲାଭ ହେଉନି । ତାଙ୍କଠାରେ ଏଭଳି ସମସ୍ୟା ୨୩ ବର୍ଷ ତଳୁ ଦେଖାଗଲାଣି । ପ୍ରଥମେ ପ୍ରଥମେ ସେ ଲଗାତାର ୫ରୁ ୭ ଦିନ ଶୋଉଥିଲେ । କିନ୍ତୁ ସମୟ କ୍ରମେ ତାଙ୍କର ଏହି ସମସ୍ୟା ବଢ଼ିବାରେ ଲାଗିଲା । ଏବେ ଉଜାଗର ରହିବା ତାଙ୍କ ପାଇଁ ମୁସକିଲ । ୭ ଦିନରୁ ୨୫ ଦିନକୁ ବଢ଼ିଗଲାଣି ପୁଖରାମଙ୍କ ନିଦ । ଏବେ ସେ ଶୋଇଲେ ତାଙ୍କୁ ନିଦରୁ ଉଠାଇବା କାଠିକର ପାଠ୍ । ନିଦରେ ତାଙ୍କୁ ଘର ଲୋକ ଖୁଆଇ ଦିଅନ୍ତି । ବାଥରୁମ ଯିବାକୁ ହେଲେ ନିଦରେ ହିଁ ସେ ବିଚଳିତ ହୋଇପଡ଼ନ୍ତି ।ବାଧ୍ୟ ହୋଇ ଘର ଲୋକ ତାଙ୍କୁ ନେଇ ବାଥରୁମ ଯାଏ ନିଅନ୍ତି ।

ଡାକ୍ତରଙ୍କ କହିବା ଅନୁସାରେ, ପୁଖରାମଙ୍କୁ ଏଭଳି ସମସ୍ୟା ହୋଇଛି ଯାହା ଲକ୍ଷେରେ ଜଣଙ୍କଠାରେ ଦେଖାଯାଏ ।ଏହା ଅତି ବିରଳ ରୋଗ । ଏହା ମୁଖ୍ୟତଃ ଏକ ମନୋବୈଜ୍ଞାନିକ ରୋଗ ଅଟେ । ଏହାବ୍ୟତୀତ ଅତୀତରେ କିଛି ବ୍ରେନ୍ ଇଂଜୁରି ହୋଇଥିଲେ ପରବର୍ତ୍ତୀ ସମୟରେ ଏଭଳି ସମସ୍ୟା ଦେଖାଯିବାର ଆଶଙ୍କା ଥାଏ । ଏହାର ସଠିକ୍ କାରଣ ଜଣାପଡ଼ିବା ପରେ ଏହାର ଚିକିତ୍ସା ସମ୍ଭବ ହେଲେ ବି ବ୍ୟୟବହୁଳ ।

ପୁଖରାମ ଓ ତାଙ୍କ ପୂରା ପରିବାର ଏଭଳି ନିଦକୁ ନେଇ ଭାରି ଚିନ୍ତାରେ । କିନ୍ତୁ ପୁରଖାରାମଙ୍କ ନିଦ ତାଙ୍କୁ ଆଖପାଖ  ଅଞ୍ଚଳରେ ଚର୍ଚ୍ଚାକୁ ଆଣିଛି ।