କଳିଯୁଗର କୁମ୍ଭକର୍ଣ୍ଣ ; ଥରେ ଶୋଇଲେ ୨୫ ଦିନ ପରେ ଉଠନ୍ତି ,ବର୍ଷର ୩୬୫ ଦିନରୁ ୩୦୦ ଦିନ ଶୁଅନ୍ତି

ରାଜସ୍ଥାନ ନାଗୌର ଜିଲ୍ଲା ଭାଦୱା ଗାଁର ୪୨ ବର୍ଷିୟ ପୁଖରାମ ବର୍ଷରେ ୩୦୦ରୁ ଅଧିକ ଦିନ ଶୋଇରହୁଥିବାରୁ ତାଙ୍କୁ ଆଖପାଖ ଲୋକେ ତାଙ୍କୁ କୁମ୍ଭକର୍ଣ୍ଣ ବୋଲି କୁହନ୍ତି ।

Kumbhakarn-PKG-A-T

 କନକ ବ୍ୟୁରୋ: ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାଜସ୍ଥାନ ନାଗୌର ଜିଲ୍ଲା ଭାଦୱା ଗାଁର ୪୨ ବର୍ଷିୟ ପୁଖରାମ ବର୍ଷରେ ୩୦୦ରୁ ଅଧିକ ଦିନ ଶୋଇରହୁଥିବାରୁ ତାଙ୍କୁ ଆଖପାଖ ଲୋକେ ତାଙ୍କୁ କୁମ୍ଭକର୍ଣ୍ଣ ବୋଲି କୁହନ୍ତି । ରାମାୟଣର ଚରିତ୍ର କୁମ୍ଭକର୍ଣ୍ଣ ଚରିତ୍ର ବିଷୟରେ ତ ଶୁଣିଥିବେ କିନ୍ତୁ ଇଏ ବ୍ୟକ୍ତି କିନ୍ତୁ ସତକୁ ସତ କୁମ୍ଭକର୍ଣ୍ଣ ଭଳି ନିଦ ଶୋଉଛନ୍ତି । 

ତାଙ୍କର ଏ ଶୋଇବା ଏକ ସଉକ ନୁହଁ ବରଂ ଏକ ସମସ୍ୟା । ପୁଖରାମଙ୍କର ରହିଛି ଏକ୍ସିସ୍ ହାଇପରସୋମନିଆ ସମସ୍ୟା ରହିଛି , ଯାହା ଅତି ବିରଳ ଅର୍ଥାତ୍ ଖୁବ୍ କମ୍ ଲୋକଙ୍କଠାରେ ଦେଖାଯାଏ । ଏହି ସମସ୍ୟା ହେଲେ ବ୍ୟକ୍ତି ଆଖି ବୁଜୁବୁଜୁ ନିଦ ମାଡ଼ିବସେ । ଆଉ ଥରେ ନିଦରେ ଶୋଇଲେ କେତେ ଦିନ ଶୋଇବେ କିଛି କହିହୁଏନି । 

ପୁଖରାମଙ୍କ ଦୁଃଖ କିନ୍ତୁ ଲାଘବ ହେଉନି । ତାଙ୍କ କହିବା କଥା, ସେ ଚେଇଁ ରହିବାକୁ ଚାହାନ୍ତି । କିନ୍ତୁ ଶରୀର ସାଥ୍ ଦେଉନି । ଅନେକ ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ କରିସାରିଲେଣି । କିନ୍ତୁ କିଛି ଲାଭ ହେଉନି । ତାଙ୍କଠାରେ ଏଭଳି ସମସ୍ୟା ୨୩ ବର୍ଷ ତଳୁ ଦେଖାଗଲାଣି । ପ୍ରଥମେ ପ୍ରଥମେ ସେ ଲଗାତାର ୫ରୁ ୭ ଦିନ ଶୋଉଥିଲେ । କିନ୍ତୁ ସମୟ କ୍ରମେ ତାଙ୍କର ଏହି ସମସ୍ୟା ବଢ଼ିବାରେ ଲାଗିଲା । ଏବେ ଉଜାଗର ରହିବା ତାଙ୍କ ପାଇଁ ମୁସକିଲ । ୭ ଦିନରୁ ୨୫ ଦିନକୁ ବଢ଼ିଗଲାଣି ପୁଖରାମଙ୍କ ନିଦ । ଏବେ ସେ ଶୋଇଲେ ତାଙ୍କୁ ନିଦରୁ ଉଠାଇବା କାଠିକର ପାଠ୍ । ନିଦରେ ତାଙ୍କୁ ଘର ଲୋକ ଖୁଆଇ ଦିଅନ୍ତି । ବାଥରୁମ ଯିବାକୁ ହେଲେ ନିଦରେ ହିଁ ସେ ବିଚଳିତ ହୋଇପଡ଼ନ୍ତି ।ବାଧ୍ୟ ହୋଇ ଘର ଲୋକ ତାଙ୍କୁ ନେଇ ବାଥରୁମ ଯାଏ ନିଅନ୍ତି ।

ଡାକ୍ତରଙ୍କ କହିବା ଅନୁସାରେ, ପୁଖରାମଙ୍କୁ ଏଭଳି ସମସ୍ୟା ହୋଇଛି ଯାହା ଲକ୍ଷେରେ ଜଣଙ୍କଠାରେ ଦେଖାଯାଏ ।ଏହା ଅତି ବିରଳ ରୋଗ । ଏହା ମୁଖ୍ୟତଃ ଏକ ମନୋବୈଜ୍ଞାନିକ ରୋଗ ଅଟେ । ଏହାବ୍ୟତୀତ ଅତୀତରେ କିଛି ବ୍ରେନ୍ ଇଂଜୁରି ହୋଇଥିଲେ ପରବର୍ତ୍ତୀ ସମୟରେ ଏଭଳି ସମସ୍ୟା ଦେଖାଯିବାର ଆଶଙ୍କା ଥାଏ । ଏହାର ସଠିକ୍ କାରଣ ଜଣାପଡ଼ିବା ପରେ ଏହାର ଚିକିତ୍ସା ସମ୍ଭବ ହେଲେ ବି ବ୍ୟୟବହୁଳ ।

ପୁଖରାମ ଓ ତାଙ୍କ ପୂରା ପରିବାର ଏଭଳି ନିଦକୁ ନେଇ ଭାରି ଚିନ୍ତାରେ ।କିନ୍ତୁ ପୁରଖାରାମଙ୍କ ନିଦ ତାଙ୍କୁ ଆଖପାଖ  ଅଞ୍ଚଳରେ ଚର୍ଚ୍ଚାକୁ ଆଣିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe