life in prison Photograph: (Google)
କନକ ବ୍ୟୁରୋ: ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଅନେକ ହତ୍ୟା ଉଦ୍ୟମ କରାଯାଇଥିଲା । ଫ୍ଲୋରିଡାରେ ଏକ ଘଟଣା ଘଟିଥିଲା । ଯୋଜନା କରିଥିବା ଯୁବକ ଆକ୍ରମଣ କରିପାରି ନଥିଲେ । ପୁଲିସ ତାଙ୍କୁ ଗିରଫ କରିଥିଲା । ଆକ୍ରମଣର ପ୍ରାୟ ଦୁଇ ବର୍ଷ ପରେ, ହତ୍ୟା ଉଦ୍ୟମ କରିଥିବା ସ୍ନାଇପରଙ୍କୁ ଏବେ ଦୋଷୀ ସାବ୍ୟସ୍ତ କରାଯାଇଛି । କୋର୍ଟ ଅଭିଯୁକ୍ତ ରାୟାନ ରାଉଥଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆମେରିକା ଜିଲ୍ଲା ବିଚାରପତି ଏଲିନ୍ କାନନ୍ ରାୟାନଙ୍କ ଆକ୍ରମଣକୁ ଏକ ପୂର୍ବ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ରଏଟର୍ସ ରିପୋର୍ଟ କରିଛି ଯେ, ଅଭିଯୁକ୍ତ ଆକ୍ରମଣ ଦିନ ଏକ ଅର୍ଦ୍ଧ-ସ୍ୱୟଂଚାଳିତ ରାଇଫଲ୍ ସହିତ ଫ୍ଲୋରିଡାର ଏକ ଗଲ୍ଫ କୋର୍ସର ବୁଦାରେ ଲୁଚି ରହିଥିଲେ, ଯେଉଁଠାରୁ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ।
ଅଧିକ ପଢନ୍ତୁ: ଗ୍ରିନ୍ଲ୍ୟାଣ୍ଡର ଶକ୍ତିଶାଳୀ କୁକୁର ସେନା ; ଯାହାଙ୍କୁ ଭୟ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ
୧୫ ସେପ୍ଟେମ୍ବର ୨୦୨୪ରେ ୱେଷ୍ଟ ପାମ୍ ବିଚ୍ରେ ଥିବା ଟ୍ରମ୍ପ୍ ଇଣ୍ଟରନ୍ୟାସନାଲ୍ ଗଲ୍ଫ କ୍ଲବ୍ରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଗଲ୍ଫ କୋର୍ସଠାରୁ କିଛି ଶହ ଗଜ ଦୂରରେ ବୁଦା ଭିତରେ ଲୁଚି ରହିଥିବା ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ତାଙ୍କୁ ଦେଖିଥିଲେ। ତେବେ ସେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। କିନ୍ତୁ ରାଇଫଲ୍ ଛାଡି ଯାଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା ।
କୋର୍ଙ୍କର ନିଷ୍ପତ୍ତି ଉପରେ ଟ୍ରମ୍ପଙ୍କ ପ୍ରତିକ୍ରିୟା
ଟ୍ରମ୍ପ ଏହି ରାୟକୁ ପ୍ରଶଂସା କରି ତାଙ୍କ ଟ୍ରୁଥଆଉଟ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି:ସେ ଖରାପ ଉଦ୍ଦେଶ୍ୟ ରଖିଥିବା ଜଣେ ଖରାପ ବ୍ୟକ୍ତି ଥିଲେ। ସୁରକ୍ଷାକର୍ମୀ ତାଙ୍କୁ ଧରି ପକାଇଥିଲେ ।
ସେପ୍ଟେମ୍ବର ୨୦୨୫ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ
ଆମେରିକାର ଜିଲ୍ଲା ବିଚାରପତି ଏଲିନ୍ କାନନ୍ ତାଙ୍କୁ ଫ୍ଲୋରିଡାର ଫୋର୍ଟ ପିଅର୍ସରେ ଦଣ୍ଡାଦେଶ ଦେଇଛନ୍ତି। ଏହା ମୋ ପାଇଁ ସ୍ପଷ୍ଟ ଯେ ତୁମେ ଜାଣିଶୁଣି ଜଣେ ମାନବ ଜୀବନ ନେବାକୁ ଷଡ଼ଯନ୍ତ୍ର କରିଥିଲ େବୋଲି କାନନ୍ କହିଛନ୍ତି। ୫୯ ବର୍ଷୀୟ ରାଉଥଙ୍କୁ ସେପ୍ଟେମ୍ବର ୨୦୨୫ରେ ହତ୍ୟା ଉଦ୍ୟମ ସମେତ ପାଞ୍ଚଟି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୌଣସି ଆନୁଷ୍ଠାନିକ ଆଇନଗତ ତାଲିମ ନ ଥିବା ସତ୍ତ୍ୱେ ସେ ବିଚାରରେ ନିଜର ପକ୍ଷ ରଖିଥିଲେ । ଶୁଣାଣି ସମୟରେ, ପବ୍ଲିକ ପ୍ରସିକ୍ୟୁଟରମାନେ ଯୁକ୍ତି ଦେଇଥିଲେ ଯେ ରାଉଥଙ୍କ ଲକ୍ଷ୍ୟ ଆମେରିକୀୟ ଗଣତନ୍ତ୍ରକୁ ନଷ୍ଟ କରିବା ଥିଲା। ସେ କୋର୍ଟଙ୍କୁ ଏପରି ଏକ ରାୟ ପ୍ରକାଶ କରିବାକୁ ଅନୁରୋଧ କରିଥିଲେ ଯାହା ନିଶ୍ଚିତ କରିବ ଯେ, ଯେକୌଣସି ପରିସ୍ଥିତିରେ ଦେଶରେ ରାଜନୈତିକ ହିଂସା ଗ୍ରହଣୀୟ ନୁହେଁ।
ନିର୍ବାଚନ ସମୟରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ
ପେନସିଲଭାନିଆର ବଟଲରରେ ଏକ ପ୍ରଚାର ରାଲିରେ ଜଣେ ବନ୍ଧୁକଧାରୀ ଟ୍ରମ୍ପଙ୍କ ଉପରେ ଗୁଳି ଚଳାଇବାର ପ୍ରାୟ ଦୁଇ ମାସ ପରେ ରାଉଥଙ୍କ ଏହି ଘାତକ ଆକ୍ରମଣ ହୋଇଥିଲା। ଗୁଳି ଟ୍ରମ୍ପଙ୍କ କାନ ନିକଟରେ ଚାଲିଯାଇଥିଲା । ଟ୍ରମ୍ପ ଅଳ୍ପକେ ବର୍ତ୍ତି ଯାଇଥିଲା । ଉଭୟ ଆକ୍ରମଣରୁ ବଞ୍ଚିଯାଇଥିବା ଟ୍ରମ୍ପ ଏହାକୁ ଏକ ପ୍ରଚାର ପ୍ରସଙ୍ଗ କରି କହିଥିଲେ ଯେ, ଜୋ ବାଇଡେନଙ୍କ ଅଧୀନରେ ଥିବା ଆମେରିକୀୟ ନ୍ୟାୟ ବିଭାଗ ଉପରେ ତଦନ୍ତ ପାଇଁ ବିଶ୍ୱାସ କରାଯାଇପାରିବ ନାହିଁ ।
Follow Us