କନକ ବ୍ୟୁରୋ : ଶବଘରେ ଠିକ୍ ପହଞ୍ଚିବା ପୂର୍ବରୁ ଜିଇଁ ଉଠିଲେ ବ୍ୟକ୍ତି । ଏପରି ଏକ ଆଶ୍ଚର୍ଯ୍ୟ କଲାପରି ଘଟଣା ଘଟିଛି କେରଳରେ । ସୂଚନାମୁତାବକ ମୃତ ଭାବିକି ଜଣେ ବୟସ୍କ ବ୍ୟକ୍ତିଙ୍କୁ ଶବଘରକୁ ଅଣାଯାଥିଲା । ଶବଘରେ ପହଞ୍ଚିବା ପୂର୍ବରୁ ମୃତ ବ୍ୟକ୍ତିଙ୍କ ହୋସ୍ ଆସିଲା । ଉପସ୍ଥିତ ଥିବା ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ । କନ୍ନୁର ଜିଲ୍ଲାର ପଚାପୋଇକାରେ ରହୁଥିବା ୬୭ ବର୍ଷୀୟ ପବିତ୍ରାନ ପୁଣି ଜୀବିତ ହେବା ନେଇ ପରିବାର ଏବଂ ଅଞ୍ଚଳର ଲୋକମାନେ ଆଶ୍ଚର୍ଯ୍ୟ । ଆଲୋଚନା ହେଉଛି ଯେ ଚମତ୍କାର ଘଟିଲା ମରିଥିବା ଲୋକ ପୁଣି ଜିଇଁ ଉଠିଲା ।
ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ
୬୭ ବର୍ଷୀୟ ପବିତ୍ରାନ ମୃତ୍ୟୁ ହୋଇସାରିଥିଲେ । ପରିବାର ତାଙ୍କର ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା ମଧ୍ୟ କରିସାରିଥିଲେ । ଖାଲି ଏତିକି ନୁହେଁ ନ୍ୟୁଜ୍ ପେପରରେ ମଧ୍ୟ ପବିତ୍ରାନଙ୍କ ଶ୍ରଦ୍ଧାଞ୍ଜଳୀ ପ୍ରକାଶିତ ହୋଇସାରିଥିଲା । ଏହା ପଢିକି କିଛି ଲୋକ ମଧ୍ୟ ତାଙ୍କ ଘରେ ପହଞ୍ଚିଥିଲେ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ।
ସେହିପରି ଏପଟେ ଶବଘରେ ଶବକୁ ରଖିବା ପାଇଁ ଅସ୍ଥାୟୀ ଭାବେ ଫ୍ରୀଜର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । କିନ୍ତୁ ଡେଡବଡିକୁ ଶବଘରକୁ ଠିକ ନେବା ପୂର୍ବରୁ ହସ୍ପିଟାଲର କର୍ମଚାରୀ ଦେଖ୍ଲେ ବ୍ୟକ୍ତିଙ୍କ ଆଙ୍ଗୁଠି ହଲୁଛି । ତେଣୁ ତାଙ୍କୁ ସାଙ୍ଗେ ସାଙ୍ଗେ ICU କୁ ନିଆଯାଇଥିଲା । ସେ ଜୀବିତ ଥିବା ବୋଲି ଡାକ୍ତର କହିଥିଲେ।