କନକ ବ୍ୟୁରୋ: ଆଜିକାଲି ୱାସରୁମ ହେଉ ବା ଟଏଲେଟ୍ ସିଟ୍ କେଉଁଠି ବି ମୋବାଇଲକୁ ତ୍ରାହି ନାହିଁ । ୱାସରୁମ ଅଲଗା କଥା କିନ୍ତୁ ଟଏଲେଟ୍ ସିଟରେ ବସି ମୋବାଇଲ ସ୍କ୍ରୋଲ କରୁଥିଲେ ପାରାଲିସିସ୍ ଘଟଣା ଖବରରେ ଆସିଛି , ଯାହାକୁ ନେଇ ଏବେ ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ମୁମ୍ବାଇର ରେବିକା ଫିଜିଓଥେରାପିର ପ୍ରତିଷ୍ଠାତା ଡାକ୍ତର ରେବିକା ପିଣ୍ଟୋ କହିଛନ୍ତି , ଏହି ସମସ୍ୟା ହେଉଛି ’ଟଏଲେଟ୍ ସିଟ୍ ନ୍ୟୁରୋପାଥି’ । ଜଣେ ବ୍ୟକ୍ତି ଟଏଲେଟ୍ ସିଟରେ ଅଧଘଣ୍ଟାରୁ ଅଧିକ ସମୟ ବସି ମୋବାଇଲ ଦେଖୁଥିବାରୁ ତାଙ୍କ ଅଣ୍ଟାଠାରୁ ପକ୍ଷାଘାତ ହୋଇଗଲା । ଡାକ୍ତର ରେବିକାଙ୍କ କହିବା ଅନୁସାରେ ଟଏଲେଟ୍ ସିଟରେ ଦୀର୍ଘ ସମୟ ବସିବାରୁ ଶରୀରର ସିଆଟିକ୍ ନର୍ଭ ପ୍ରଭାବିତ ହୁଏ । ଫଳରେ ଗୋଡ଼ରେ ଝିମଝିମ ପରି ଅନୁଭବ ହେବା ସହ ଅନେକ ସମୟରେ ଗୋଡ଼ ଅଚଳ ହୋଗଲା ପରି ବା ଦୁର୍ବଳ ଲାଗେ । ଅବଶ୍ୟ ଛିଡ଼ା ହେବା ପରେ ଗୋଡ଼ ଧୀରେ ଧୀରେ ସମାନ୍ୟ ହୋଇଯାଏ । ଟଏଲେଟ୍କି ସିଟରେ ଅଧିକ ସମୟ ବସିଲେ ତଳ ମେରୁଦଣ୍ଡରୁ ମସ୍ତଷ୍କକୁ ଅମ୍ଳଜାନ ପ୍ରବାହିତ ହୋଇପାରେ ନାହିଁ । ଫଳରେ ଶରୀରରେ ରକ୍ତ ପ୍ରବାହ ମଧ୍ୟ ବାଧାପ୍ରାପ୍ତ ହୁଏ । ତେଣୁ କ୍ରମାଗତ ଏଭଳି ସମସ୍ୟା ହେଉଥିଲେ ଡାକ୍ତର ପରାମର୍ଶ କରିବା ନିହାତି ଜରୁରି ବୋଲି କହିଛନ୍ତି ଡାକ୍ତର ରେବିକା ।