ଦାଦା, ଖୁଡ଼ି, ଭଉଣୀଙ୍କୁ ହାଣିଲା ପୁତୁରା: ପଦ୍ମପୁର ଥାନା ପଥୁରୀ ଗାଁରେ ଅଭାବନୀୟ ଘଟଣା

ପଦ୍ମପୁର ଥାନା ଅନ୍ତର୍ଗତ ପଥୁରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପଦ୍ମପୁର ଥାନା ପଥୁରୀ ଗାଁର ପଞ୍ଚୁ ନାଗ ତାଙ୍କର ଦାଦା ବିଶିକେଶନ , ଖୁଡି ବେଲମତି ଓ ଭଉଣୀ ସାବିତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ।

4

Photograph: (kanak news)

କନକ ବ୍ୟୁରୋ: ଦାଦା, ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା । ହତ୍ୟା କାଣ୍ଡ ଘଟାଇ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ପୁତୁରା । ଖୁଡି ଓ ଭଉଣୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦାଦା ଗୁରୁତର  ହୋଇଛନ୍ତି । ପଦ୍ମପୁର ଥାନା ଅନ୍ତର୍ଗତ ପଥୁରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପଦ୍ମପୁର ଥାନା ପଥୁରୀ ଗାଁର ପଞ୍ଚୁ ନାଗ ତାଙ୍କର ଦାଦା ବିଶିକେଶନ , ଖୁଡି ବେଲମତି ଓ ଭଉଣୀ ସାବିତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଖୁଡି ଓ ଭଉଣୀଙ୍କ ମୃତ୍ୟୁ ହୋଇଛି । ଦାଦାଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତ କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe