କନକ ବ୍ୟୁରୋ: ସୁନ୍ଦରଗଡ଼ ତଳସରା ବାଲିଶଙ୍କରା ଘୋଘର ନିକଟ ଇବ ନଦୀରେ ଅଘଟଣ । ଦର୍ଶନୀୟ ସ୍ଥାନ କନାକୁଣ୍ଡକୁ ବୁଲିବାକୁ ଆସି ନଦୀରେ ବୁଡି ଯୁବକ ନିଖୋଜ । ପରିବାର ଓ ସାଙ୍ଗ ସାଥୀଙ୍କ ସହ ବୁଲିବାକୁ ଆସିଥିବା ବେଳେ ପାଣିରେ ବୁଡି ଯୁବକ ନିଖୋଜ ହୋଇଥିବା ସୂଚନା । ନିଖୋଜ ଯୁବକ ବିଶାଖାପାଟଣାର ସାତ୍ତ୍ବିକ ବୋଲି ଜଣା ପଡ଼ିଛି । ସେ ନିଜ ପରିବାର ସହ ତାଙ୍କ ବାପାଙ୍କ ପାଖକୁ ବୁଲିବାକୁ ଆସିଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛି । ଗତ କିଛି ଦିନ ମଧ୍ୟରେ ଏହି ସ୍ଥାନରେ ଅଘଟଣ ଘଟି ୫ଜଣଙ୍କ ମୃତ୍ୟୁ ଘଟଲାଣି ।
ଇବ ନଦୀରେ ଅଘଟଣ । କନାକୁଣ୍ଡକୁ ବୁଲିବାକୁ ଆସି ବୁଡିଗଲେ ଯୁବକ ।
ସୁନ୍ଦରଗଡ଼ ତଳସରା ବାଲିଶଙ୍କରା ଘୋଘର ନିକଟ ଇବ ନଦୀରେ ଅଘଟଣ । କନାକୁଣ୍ଡକୁ ବୁଲିବାକୁ ଆସି ପାଣିରେ ବୁଡି ଯୁବକ ନିଖୋଜ । ବାପାଙ୍କ ପାଖକୁ ବୁଲିବାକୁ ଆସିଥିଲେ ବିଶାଖାପାଟଣାର ସାତ୍ତ୍ବିକ । ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ।
/kanak/media/media_files/fAwrRnQvyqTaws9wI7XQ.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)