କନକ ବ୍ୟୁରୋ: ଜଣେ ସ୍ବାମୀର ୧୦୦ ସ୍ତ୍ରୀ
ଚୋର ବାଜାରରେ ଚୋରା ପୀରତି
ପ୍ରଥମ ଦେଖାରେ ପ୍ରପୋଜ୍
୨୭ ରାଜ୍ୟ. ୧୪ ଦେଶର ଜ୍ବାଇଁ
୩୨ ବର୍ଷରେ ୧୦୦ ଜଣଙ୍କୁ ବାହା ହୋଇ ବିଶ୍ବ ରେକର୍ଡ
ଦୁନିଆଁରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ବିଶ୍ବ ରେକର୍ଡ ବନାଉଛନ୍ତି । କିଏ ଲମ୍ବା ନଖ ବଢ଼ାଇ ତ ଆଉ କେହି ଲମ୍ବା ଦାଢ଼ି ରଖି ୱାର୍ଲ୍ଡ ରେକର୍ଡ କରୁଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆଁରେ ଏଭଳି ବି ଜଣେ ବ୍ୟକ୍ତି ଥିଲେ ଯିଏ ୧୦୦ ରୁ ଅଧିକ ଝିଅଙ୍କୁ ବାହା ହୋଇ ବିଶ୍ବ ରେକର୍ଡ ବନାଇଛନ୍ତି ।
ଜିଓବନ୍ନି ବିଗଲିୟୋଟୋ , ୧୦୦ରୁ ଅଧିକ ଝିଅଙ୍କୁ ବିବାହ କରି ରେକର୍ଡ କରିଛନ୍ତି । ଏବେ ସେ ଆଉ ନାହାନ୍ତି କିନ୍ତୁ ତାଙ୍କ ଚୋରା ପୀରତି ଆଉ ବାହା ହେବାର ଟ୍ରିକ୍ସ ସମସ୍ତଙ୍କ ପାଇଁ ରୋଚକ କାହାଣୀ ପାଲଟିଛି । ଗୋଟେ କି ଦୁଇ ନୁହେଁ ୧୦୦ରୁ ଅଧିକ ବାହାଘର । ଚିନ୍ତା କଲେ ଜଣଙ୍କୁ ବାହା ହୋଇ ସଂସାର କରିବା ଭାରୀ ପଡ଼ୁଥିବାବେଳେ ଏତେ ଝିଅଙ୍କୁ ବାହା ହୋଇ କିପରି ତିଷ୍ଠିଥିଲେ ଜିଓବନ୍ନି?
ସୂଚନା ମୁତାବକ, ୧୯୪୯ରୁ ୧୯୮୧ ମଧ୍ୟରେ ସେ ୧୦୦ରୁ ଅଧିକ ବିବାହ କରିଥିଲେ । କିନ୍ତୁ ସବୁଠୁ ଅଶ୍ଚର୍ଯ୍ୟ କଥା ହେଉଛି କାହାକୁ ବି ଛାଡ଼ପତ୍ର ଦେଇନଥିଲେ । ତେଣୁ ସର୍ବାଧିକ ବିବାହ କରିବାରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଆଜି ତାଙ୍କ ନାଁ ସାମିଲ ହୋଇଛି । କୁହାଯାଉଛି ଏହି ବ୍ୟକ୍ତିଙ୍କ ପ୍ରକୃତ ନାଁ ଜିଓବନ୍ନି ବିଗଲିୟୋଟି ନୁହେଁ । କିନ୍ତୁ ସେ ଶେଷ ବିବାହ ଯାଏଁ ଏହି ନାଁ ହିଁ କହିଥିଲେ । ୫୩ ବର୍ଷ ବୟସରେ ୧୦୪ ତମ ବିବାହ ବେଳକୁ ତାଙ୍କ କଳା କାରନାମା ସାମ୍ନାକୁ ଆସିଲା। ଧରାପଡ଼ିବରୁ ତାଙ୍କ ପ୍ରକୃତ ନାଁ ଫ୍ରେଡ୍ ଜିପ୍ ବୋଲି କହିଥିଲେ ଏବଂ ତାଙ୍କ ଜନ୍ମ ନ୍ୟୁୟର୍କରେ ୧୯୩୬ରେ ବୋଲି ଜଣାପଡ଼ିଥିଲା।
ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି କୌଣସି ସ୍ତ୍ରୀ କେହି କାହାରି ବିଷୟରେ ଜାଣିନଥିଲେ । ସେ ଆମେରିକାର ୨୭ ରାଜ୍ୟ ସହ ୧୪ ଦେଶର ୧୦୫ ଝିଅଙ୍କୁ ପ୍ରେମ ଜାଲରେ ଫସାଇ ବାହା ହୋଇଥିଲେ । ପ୍ରତିଥର ନିଜର ମିଛ ପରିୟ ଦେଉଥିଲେ । ସବୁ ଝିଅଙ୍କୁ ଚୋର୍ ବାଜାରରେ ଦେଖା କରୁଥିଲେ ଆଉ ପ୍ରଥମ ଦେଖାରେ ହିଁ ପ୍ରପୋଜ୍ କରୁଥିଲେ । ବିବାହ ପରେ ସ୍ତ୍ରୀ ମାନଙ୍କର ଜିନିଷପତ୍ର ଓ ଟଙ୍କା ନେଇ ଫେରାର ହୋଇଯାଉଥିଲେ । ୧୯୮୧ ମସିହାରେ ସେ ଶେଷ ସ୍ତ୍ରୀଙ୍କ ଦ୍ବାରା ଧରାପଡ଼ିଯାଇଥିଲେ । ସ୍ତ୍ରୀମାନଙ୍କର ଜିନିଷ ଚୋରି କରିନେଇ ବିଗଲି ଚୋର ବାଜାରରେ ବିକ୍ର କରେ । ଆଉ ବିକ୍ରି କରିସାରିବା ପରେ ଅନ୍ୟ ଜଣେ ମହିଳାଙ୍କୁ ଟାର୍ଗେଟ କରୁଥିଲେ। ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହେବା ସହ ଶେଷ ସ୍ତ୍ରୀ ଦ୍ବାରା ଧରାପଡ଼ିଟିବା ପରେ ୧୯୮୩ରେ ମୋକଦ୍ଦମା ଆରମ୍ଭ ହେଲା। ଜେଲରେ ୩୪ ବର୍ଷ କାଟିବା ପରେ ୬୧ ବର୍ଷରେ ବ୍ରେନ୍ ହାମ୍ରେଜରେ ତାଙ୍କର ୧୯୯୧ରେ ତାଙ୍କ ମୃତ୍ୟୁ ହୋଇଥିଲା। ବେଆଇନ ଭାବେ ବିବାହ କରିଥିବା ଏହି ବ୍ୟକ୍ତି ଜଣ ଆଜି ସାରା ବିଶ୍ବରେ ଚର୍ଚ୍ଚିତ ।