କନକ ବ୍ୟୁରୋ: ମଣିଷ ବି ପଶୁ ସାଜେ, ମୁଣ୍ଡକୁ ପିତ ଚଢ଼ିଗଲେ ହିତାହିତ ଜ୍ଞାନ ଭୁଲିଯାଏ । ଆଉ ସେଇ ମଣିଷର ଆକ୍ରୋଶ ପାଇଁ ବଳି ପଡ଼ିଯାଇଛି ନିରୀହ ବିଲେଇ ଛୁଆ । ମୃତ ବିଲେଇ ଛୁଆକୁ ଧରି ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ମହିଳା । ରାଜଧାନୀର ଏଭଳି ହାଇଭୋଲଟେଜ୍ ଡ୍ରାମାକୁ ନେଇ ଚାରିଆଡ଼େ ଚର୍ଚ୍ଚା ।
କୋଳରେ ନିଜ ଛୁଆ ଭଳି ଧରି ଭୁବନେଶ୍ୱର ସହିଦ ନଗର ଥାନାରେ ପହଞ୍ଚିଗଲେ ମହିଳା ଜଣକ । ଶୀତ ରାତିରେ ବିଲେଇ ଉପରେ ପାଣି ଢାଳି ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଜଣେ ଆନିମଲ୍ ହେଲ୍ପଲାଇନ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସେ । ଆଉ ସହିଦ ନଗର ପ୍ରାଣୀ ଚିକିତ୍ସାଳୟ ପରିସରରୁ ଏଭଳି ଅଭିଯୋଗ ଆସିଛି ।
ପାକିସ୍ତାନରେ ଅଜବ ବିବାହ : ବିବାହ ପରେ ବରଙ୍କୁ ଛାଡିଦିଅନ୍ତି କନ୍ୟା , ଜାଣନ୍ତୁ କାରଣ ...
ସ୍ୱେଚ୍ଛାସେବୀ ସୁମିତ୍ରା ଦାସ ଅଭିଯୋଗ ଆଣିଛନ୍ତି ଯେ । କିଛି ଦିନ ତଳେ ଆମ୍ବୁଲାନ୍ସ କର୍ମଚାରୀ ପ୍ରଭୁ କଲ୍ୟାଣ ତ୍ରିପାଠୀଙ୍କ ସହ ଅଳିଆ ଆବର୍ଜନାକୁ ନେଇ ବଚସା ହୋଇଥିଲା । ସେ ପରୋକ୍ଷରେ ଧମକ ଦେଇଥିଲେ ଆଉ ରାଗ ରଖି ଆଜି ତାଙ୍କ ବିଲେଇ ଛୁଆ ଉପରେ ପାଣି ଢାଳି ହତ୍ୟା କରିଛନ୍ତି ବୋଲି ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟେ ଏନେଇ ସଂପୃକ୍ତ ଆମ୍ୱୁଲାନ୍ସ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ପୁଲିସ ସୂଚନା ମୁତାବକ ବିଲେଇର ପୋଷ୍ଟମର୍ଟମ ସରିବା ପରେ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ ଯାହା ବି ହେଉ ମଣିଷ ମଣିଷ ଲଢ଼େଇ ପାଇଁ ଗୋଟେ ପଶୁର ବଳି ପଡ଼ିବା ଆଦୌ ଗ୍ରହଣୀୟ ନୁହେଁ । ଜଣକୁ ଜୀବନ ଦେବାର ଶକ୍ତି ଯଦି ନାହିଁ ତା’ହେଲେ ଜୀବନ ନେବାର ଅଧିକାର କିଏ ଦେଲା? କାହିଁକି ମଣିଷ ଆଜି ପଶୁ ପାଲଟିଯାଉଛି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/23/25-2025-12-23-12-22-00.jpg)