କନକ ବ୍ୟୁରୋ: ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ଫଟୋକୁ ଚୁମ୍ବନ ଦେଇ ଜଣେ ଯୁବକ ଦୌଡ଼ି ପଳାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ପାକିସ୍ତାନରେ ହଙ୍ଗାମା ସୃଷ୍ଟି ହୋଇଛି

Advertisment

ପାକିସ୍ତାନର ପଞ୍ଜାବର ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜଙ୍କ ପୋଷ୍ଟରର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଯୁବକ ମରିୟମ ନୱାଜଙ୍କ ପୋଷ୍ଟରକୁ ଚୁମ୍ବନ କରୁଥିବାର ଦେଖାଯାଉଛି। ଲୋକମାନେ ଏହି ଭିଡିଓକୁ ସେୟାର କରୁଛନ୍ତି ଏବଂ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ଏହି ଭିଡିଓ ସୋସିଆଲ ମିଡିଆରେ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ବିତର୍କ ଆରମ୍ଭ କରିଛି। ଜଣେ ୟୁଜର ବ୍ୟଙ୍ଗାତ୍ମକ ଭାବରେ ଲେଖିଛନ୍ତି ଯେ, ପାକିସ୍ତାନରେ ମହିଳାମାନେ ବୁର୍ଖା ପିନ୍ଧି ମଧ୍ୟ ସୁରକ୍ଷିତ ନୁହନ୍ତି, ତେଣୁ ବୁର୍ଖା ପିନ୍ଧିବାର କ'ଣ ଲାଭ? ଏହି ଭିଡିଓଟି ମହିଳାମାନଙ୍କ ପ୍ରତି ପାକିସ୍ତାନୀମାନଙ୍କର ଚିନ୍ତାଧାରାକୁ ପ୍ରତିଫଳିତ କରିଛି । ଭିଡିଓଟି ଭାଇରାଲ ହେବା ପରେ, ପାକିସ୍ତାନରେ ହଙ୍ଗାମା ଆରମ୍ଭ ହୋଇଛି ।