କନକ ବ୍ୟୁରୋ : ପରକିୟାପ୍ରୀତିର ଭୟଙ୍କର ପରିଣିତି ।  ସ୍ତ୍ରୀକୁ ହତ୍ୟାକରି ଥାନାରେ ଆତ୍ମସମର୍ପଣ କଲା ସ୍ବାମୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପଙ୍କଡ଼ିହିରୁ ଆସିଛି ଏହି ଲୋମହର୍ଷଣକାରୀ ହତ୍ୟା ଖବର । ପତ୍ନୀ ଜୟନ୍ତୀ କୁଜୁରଙ୍କୁ ହତ୍ୟା କରି ଅଖାରେ ମୃତଶରୀର ପୂରାଇ ଫୋପାଡି ଥିବା ପୁଲିସ ଆଗର ସ୍ବିକାର କରିଛି ଅଭିଯୁକ୍ତ ସ୍ବାମୀ ଲଷ୍ମଣ । ସୂଚନା ଅନୁସାରେ ଜୟନ୍ତୀ ଜଣେ ଅଙ୍ଗନାବାଡି କର୍ମୀଥିଲେ ଓ ଗତକାଲିଠୁ ହଠାତ୍‌  କୁଆଡେ ନିଖୋଜ ହୋଇଯାଇଥିଲେ । କୌଣସି ଖୋଜଖବର ନମିଳିବା ପରେ ଜୟନ୍ତୀଙ୍କ ନିଖୋଜକୁ ନେଇ ଚର୍ଚ୍ଚା ବଢ଼ିଥିଲା ।  ଶେଷରେ ଥାନାରେ ପହଞ୍ଚି ହତ୍ୟା କରିଥିବା ସ୍ବିକାର କରିଥିଲା ଅଭିଯୁକ୍ତ  ସ୍ବାମୀ । ସ୍ତ୍ରୀକୁ ମାରିବା ପରେ ଏକ ଅଖାରେ ମୃତ ଦେହକୁ ପୁରାଇ ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ବ୍ରାହ୍ମଣୀ ବ୍ରିଜ ଉପରୁ ଅଖାକୁ ଫୋପାଡି ଦେଇଥିବା ନେଇ ଆତ୍ମସମର୍ପଣ ପରେ ପୁଲିସକୁ କହିଛି ଅଭିଯୁକ୍ତ । ବୟାନକୁ ଆଧାର କରି ପୋଲିସ  ଓ ଅଗ୍ନିଶମ ବାହିନୀରର ମିଳିତ ଟିମ ନଦୀରେ ଖୋଜା ଖୋଜି ଆରମ୍ଭ କରିଛି  l 

Advertisment

୨୦୧୯ରେ ସୁନ୍ଦରଗଡ କିଞ୍ଜିରିକେଲା ଗ୍ରାମର ଜୟନ୍ତୀ କୁଜୁରଙ୍କୁ ବିବାହ କରିଥିଲେ  ଜଡା ଗ୍ରାମର ଲକ୍ଷ୍ମଣ ଓରାମ । ତେବେ ଜୟନ୍ତୀ ଙ୍କ ଅନ୍ୟ ଜଣେ ପୁରୁଷ ବନ୍ଧୁ ଥିବା ଜାଣି ଉଭୟରେ ସ୍ଵାମୀ - ସ୍ତ୍ରୀ ଙ୍କ ମଧ୍ୟରେ ରୀତିମତ ଝଗଡ଼ା ହେଉଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଝଗଡ଼ା କାରଣରୁ ଜୟନ୍ତୀ ନିଜ ବାପା ଘରକୁ ମଧ୍ୟ ଚାଲିଯାଇଥିଲେ  କିନ୍ତୁ  ଲକ୍ଷ୍ମଣ ବୁଝାସୁଝା କରି ପୁଣି ଜୟନ୍ତୀଙ୍କୁ ଡାକି ଆଣିବା ପରେ ହତ୍ୟା ଷଡଯନ୍ତ୍ର କରିଥିବା ପୁଲିସ ଆଗକରେ ସ୍ବିକାର କରିଛି ।