ଗର୍ଭବତୀ ସ୍ତ୍ରୀର ବେକ କାଟି ହତ୍ୟା କଲା ପିଶାଚ ସ୍ୱାମୀ । ୩ ମାସର ଗର୍ଭବତୀ ଥିଲା ସ୍ତ୍ରୀ

Advertisment

ଗର୍ଭବତୀ ସ୍ତ୍ରୀର ବେକ କାଟି ହତ୍ୟା କଲା ପିଶାଚ ସ୍ୱାମୀ । ଥାନା ସମୁଖରେ ଉତ୍ତେଜନା । ୩ ମାସର ଗର୍ଭବତୀ ସ୍ତ୍ରୀର ବେକ କାଟି ହତ୍ୟାକାରୀ ସ୍ବାମୀ ଥାନାରେ ଆତ୍ମ ସର୍ମପଣ କରିବା ଘଟଣା କାଲିମେଳା ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଗର୍ଭବତୀ ସ୍ତ୍ରୀର ବେକ କାଟି ହତ୍ୟା କଲା ପିଶାଚ ସ୍ୱାମୀ । ଥାନା ସମୁଖରେ ଉତ୍ତେଜନା । ୩ ମାସର ଗର୍ଭବତୀ ସ୍ତ୍ରୀର ବେକ କାଟି ହତ୍ୟାକାରୀ ସ୍ବାମୀ ଥାନାରେ ଆତ୍ମ ସର୍ମପଣ କରିବା ଘଟଣା କାଲିମେଳା ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Murder case

Murder case Photograph: (kanaknews)

କନକ ବ୍ୟୁରୋ : ଗର୍ଭବତୀ ସ୍ତ୍ରୀର ବେକ କାଟି ହତ୍ୟା କଲା ପିଶାଚ ସ୍ୱାମୀ । ଥାନା ସମୁଖରେ ଉତ୍ତେଜନା । ୩ ମାସର ଗର୍ଭବତୀ ସ୍ତ୍ରୀର ବେକ କାଟି ହତ୍ୟାକାରୀ ସ୍ବାମୀ ଥାନାରେ ଆତ୍ମ ସର୍ମପଣ କରିବା ଘଟଣା କାଲିମେଳା ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାକୁ ନେଇ କାଲିମେଳା ଥାନା ସମୁଖରେ ଉତ୍ତେଜନା ଦେଖାଦେଇଛି । ଗାଁଲୋକ ଏକାଠି ହୋଇ ତୁରନ୍ତ ଅଭିଯୁକ୍ତ ସ୍ୱାମୀକୁ ଫାଶି ଦେବାକୁ ଦାବି କରିଛନ୍ତି । କାଲିମେଳା ଗମ୍ପାକୋଣ୍ଡା ପଞ୍ଚାୟତର ଏମଭି-୬୬ ଗାଁର ନୀପେନ ବିଶ୍ୱାସ ଗତକାଲି ସ୍ତ୍ରୀ ଶ୍ରିତି ବିଶ୍ୱାସର ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ଏହାପରେ ରାତିରେ କାଲିମେଳା ଥାନାରେ ଆତ୍ମସମର୍ପଣ କରିଥିଲେ । 

ଥାନାରେ ଆତ୍ମ ସର୍ମପଣ କରିବାପରେ ପୁଲିସ ଟିମ ଏମଭି-୬୬ଗାଁକୁ ଯାଇ ଶବକୁ କାଲିମେଳା ମେଡ଼ିକାଲକୁ ଆଣିଥିଲେ । ତେବେ ଏ ସଂପର୍କରେ ଘର ଲୋକଙ୍କୁ କିଛି ଜଣାଇ ନଥିବାରୁ ଆଜି ସକାଳେ ମୃତ ମହିଳାଙ୍କ ପରିବାର ଓ ଗ୍ରାମବାସୀ କାଲିମେଳା ଥାନା ସମୁଖରେ ଆସି ରୁଣ୍ଡ ହୋଇ ତୁରନ୍ତ ଅଭିଯୁକ୍ତ ନିପେନ ବିଶ୍ୱାସକୁ ଫାଶି ଦିଆଯାଉବୋଲି ଦାବି କରିଛନ୍ତି । ଏହାସହ କାଲିମେଳା ଜାତୀୟ ରାଜପଥ ଅବରୋଧ କରିଛନ୍ତି ମୃତକଙ୍କ ପରିବାର ଓ ଗ୍ରାମବାସୀ । ଘଟଣା ସ୍ଥଳରେ ପୁଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe