ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟା ; ସ୍ତ୍ରୀର ପ୍ରେମିକା ସନ୍ଦେହରେ ଯୁବକଙ୍କୁ ହତ୍ୟା କଲା ସ୍ୱାମୀ ।

ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟା ; ସ୍ତ୍ରୀର ପ୍ରେମିକା ସନ୍ଦେହରେ ଯୁବକଙ୍କୁ ହତ୍ୟା କଲା ସ୍ୱାମୀ । ରାଜସ୍ଥାନରୁ ଆସି କେନ୍ଦ୍ରାପଡ଼ା ସହରର ପୁରୁଣା ବସ ଷ୍ଟାଣ୍ଡରେ କାମ କରୁଥିଲେ ଅଭିଯୁକ୍ତ ।

dead

କନକ ବ୍ୟୁରୋ: ପରକିୟାପ୍ରୀତିରୁ ବିଭତ୍ସ ହତ୍ୟା କାଣ୍ଡ। ସ୍ତ୍ରୀର ପ୍ରେମିକା ସନ୍ଦେହରେ ଯୁବକଙ୍କୁ ହତ୍ୟା କଲା ସ୍ୱାମୀ। ପରକୀୟା । କେନ୍ଦ୍ରାପଡ଼ାରେ ଏଭଳି ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। 

ରାଜସ୍ଥାନରୁ ଆସି କେନ୍ଦ୍ରାପଡ଼ା ସହରର ପୁରୁଣା ବସ ଷ୍ଟାଣ୍ଡରେ ଆଇସ କ୍ରିମ ବିକ୍ରୀ କରୁଥିଲେ ଅଭିଯୁକ୍ତ ପ୍ରଦୀପ ବୈଷ୍ଣବ । କିନ୍ତୁ ଘର ଭଡ଼ା ନେଇ ଖଡ଼ିଆଙ୍ଗ ଗ୍ରାମରେ ରହୁଥିଲେ। ତେବେ ତାଙ୍କ ନିକଟରେ କୁର୍ବନ୍ ମନ୍ସୁରୀ ନାମକ ଯୁବକ କାମ କରନ୍ତି।  କୁର୍ବନ୍ ମନସୁରି ତାଙ୍କ ପତ୍ନୀଙ୍କ ସହ ଖରାପ୍ ସମ୍ପର୍କ ସନ୍ଦେହ କରି  ପ୍ରଦୀପ  ନିଜ ସ୍ତ୍ରୀ ଓ କୁର୍ବନକୁ ପିଟି ଥିଲେ। ମାଡରେ ମଂସୁରି ଟଳି ପଡ଼ିଥିଲେ। ପରେ ଅଭିଯୁକ୍ତ ନିଜେ ଆତ୍ମ ସମର୍ପଣ କରିଥିବା ବେଳେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe