କନକ ବ୍ୟୁରୋ: ପର ସ୍ତ୍ରୀକୁ ଘରେ ରଖିବା ହେଲା କାଳ । ଶୋଇଥିବା ବେଳେ ବାବାଜୀ ନାୟକ ନାମକ ଯୁବକଙ୍କୁ କଟୁରିରେ ହାଣି ମାରିଲେ ମହିଳାଙ୍କ ସ୍ବାମୀ ଓ ଦିଅର । ଅନୁଗୁଳ କଣିହାଁ ଥାନା ମସୁଣିହତା ଗାଁରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ ।
ସୂଚନା ଅନୁସାରେ, ବାବାଜୀ ନାୟକ ବିବାହିତ ହୋଇଥିବାବେଳେ କାକୁଡିଆ ଗାଁର ବିଭୂତି ନାଏକଙ୍କ ସ୍ତ୍ରୀଙ୍କୁ ପ୍ରେମ କରୁଥିଲେ । ପରେ ରିଙ୍କି ନାଏକଙ୍କୁ ଆଣି ନିଜ ଘରେ ରଖିଥିଲେ । ଏନେଇ ଥାନାରେ ମାମଲା ମଧ୍ୟ ହୋଇଥିଲା । ୭ ମାସ ହେବ ବାବାଜୀଙ୍କ ଘରେ ରହୁଥିଲେ ରିଙ୍କି । ତେବେ ରାତି ଅଧରେ ଶୋଇଥିବା ବେଳେ ବାବାଜୀଙ୍କୁ ରିଙ୍କିଙ୍କ ସ୍ବାମୀ ବିଭୂତି ଓ ଦିଅର ଭୋଳା ହତ୍ୟା କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ବାବାଜୀଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/01/YsMOtDqIRPuD9CQuCVRI.jpg)