କନକ ବ୍ୟୁରୋ: ୨୨ ଟି ଭାରତୀୟ ଭାଷା ଏବଂ ୨୯ ଟି ଉପଭାଷା ବ୍ୟତୀତ ମନ୍ କି ବାତ୍ ମଧ୍ୟ ୧୧ ଟି ବିଦେଶୀ ଭାଷାରେ ପ୍ରସାରିତ ହେଉଛି। ସେଥି ମଧ୍ୟରେ ଫରାସୀ, ଚାଇନିଜ୍, ବର୍ମା, ପାର୍ସୀ, ଡାରି ଏବଂ ସ୍ୱାହିଲୀ ଅନ୍ତର୍ଭୁକ୍ତ। ଅଲ୍ ଇଣ୍ଡିଆ ରେଡିଓର ୫୦୦ରୁ ଅଧିକ ଷ୍ଟେସନ୍ ଦ୍ୱାରା 'ମନ୍ କି ବାତ୍' ପ୍ରସାରିତ ହେଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୂର୍ବାହ୍ନ ୧୧ଟାରେ 'ମନ୍ କି ବାତ୍' କାର୍ୟ୍ୟକ୍ରମର ୧୧୩ ତମ ସଂସ୍କରଣରେ ଦେଶବାସୀଙ୍କ ସହ ମନଖୋଲି କଥା ହୋଇଛନ୍ତି। ଏହି ସମୟରେ ସେ ମହାକାଶ ଜଗତ ସହିତ ଜଡିତ ଯୁବବର୍ଗମାନଙ୍କ ସହ କଥା ହୋଇଛନ୍ତି। ସେ ଜାତୀୟ ମହାକାଶ ଦିବସ ଏବଂ ଚନ୍ଦ୍ରାୟନ-୩ ବିଷୟରେ ମଧ୍ୟ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି , ଅଗଷ୍ଟ ୨୩ରେ ଦେଶ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରି ଚନ୍ଦ୍ରଯାନ-୩ର ସଫଳତାକୁ ପାଳନ କରିଥିଲା । ଗତ ବର୍ଷ, ଏହି ଦିନ ଚନ୍ଦ୍ରାୟନ-୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ଭାଗ ଶିବ-ଶକ୍ତି ବିନ୍ଦୁରେ ଅବତରଣ କରିଥିଲା।ସେ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମ ସମୟରେ ମଧ୍ୟ ସମାଜର ପ୍ରତ୍ୟେକ ବର୍ଗର ଅନେକ ଲୋକ ଆଗକୁ ଆସିଥିଲେ। ଯେଉଁମାନଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନଥିଲା। ଭାରତର ସ୍ୱାଧୀନତା ପାଇଁ ସେମାନେ ନିଜକୁ ବଳିଦାନ ଦେଇଥିଲେ।ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ଆଜି ଆମକୁ ପୁଣି ଥରେ ସମାନ ଉତ୍ସାହର ଆବଶ୍ୟକତା ରହିଛି। ମୁଁ ମୋର ସମସ୍ତ ଯୁବବର୍ଗ ବନ୍ଧୁମାନଙ୍କୁ ନିଶ୍ଚିତ ଭାବରେ ଏହି ଅଭିଯାନରେ ଯୋଗଦେବାକୁ କହିବି ।
୨୨ ଟି ଭାରତୀୟ ଭାଷା ଏବଂ ୨୯ ଟି ଉପଭାଷା ବ୍ୟତୀତ ମନ୍ କି ବାତ୍ ମଧ୍ୟ ୧୧ ଟି ବିଦେଶୀ ଭାଷାରେ ପ୍ରସାରିତ ହେଉଛି। ସେଥି ମଧ୍ୟରେ ଫରାସୀ, ଚାଇନିଜ୍, ଇଣ୍ଡୋନେସିଆ, ତିବ୍ଦତୀୟ, ବର୍ମା, ବାଲୁଚି, ଆରବୀ, ପାସ୍ତୁ, ପାର୍ସୀ, ଡାରି ଏବଂ ସ୍ବାହିଲୀ ଅନ୍ତର୍ଭୁକ୍ତ। ଅଲ୍ ଇଣ୍ଡିଆ ରେଡିଓର ୫୦୦ରୁ ଅଧିକ ଷ୍ଟେସନ୍ ଦ୍ୱାରା 'ମନ୍ କି ବାତ୍' ପ୍ରସାରିତ ହେଉଛି। 'ମନ୍ କି ବାତ୍'ର ପ୍ରଥମ କାର୍ୟ୍ୟକ୍ରମ ୩ ଅକ୍ଟୋବର ୨୦୧୪ ରେ ପ୍ରସାରିତ ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/h4SsmOa9ROoPwIVwjrNv.jpg)