କନକ ବ୍ୟୁରୋ: ଲୁଣା ନଦୀକୁ ଡେଇଁ ଜନୈକ ବ୍ୟକ୍ତି ନିଖୋଜ । ଜନୈକ ବ୍ୟକ୍ତି ଜଣକ କେନ୍ଦ୍ରାପଡ଼ା ସଦର ଥାନା କରିଲୋପାଟଣା ସେତୁ ଉପରେ ସାଇକେଲ୍ ଓ ଚପଲ ରଖି ଡେଇଁ ପଡିଛନ୍ତି । ସେ ହେଲେ ୪୪ ବର୍ଷୀୟ ଚିନ୍ମୟ ନାୟକ । ତାଙ୍କ ଘର କୁଦାନଗରୀ ଥାନା ଅମୃତମଣି ପାଟଣା ଗାଁରେ । ତେବେ ଚିନ୍ମୟ ନଦୀକୁ କାହିଁକି ଡେଇଁଛନ୍ତି, ତାର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତାଙ୍କ ସନ୍ଧାନ ଜାରି ରହିଛି ।
ସାଇକେଲ୍ ଓ ଚପଲ ରଖି ଡେଇଁପଡିଲେ ଜନୈକ ବ୍ୟକ୍ତି । ଖୋଜାଖୋଜି ଜାରି ।
କେନ୍ଦ୍ରାପଡ଼ାରେ ଲୁଣା ନଦୀକୁ ଡେଇଁ ଯୁବକ ନିଖୋଜ । କାହିଁକି ଡେଇଁଲେ କାରଣ ଅସ୍ପଷ୍ଟ ରହିଛି ।
/kanak/media/media_files/4nc4jCkDALStYA4uYYP6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)