କୋର୍ଟ ଆଗରେ ଗଡ଼ିଲା ମୁଣ୍ଡ, ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟାକାଣ୍ଡ

Advertisment

ଗଞ୍ଜାମରେ ପୁଣି ଗଡ଼ିଲା ମୁଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭଞ୍ଜନଗର କୋର୍ଟ ନିକଟରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁବୃର୍ତ୍ତ । ଡାକ୍ତରଖାନାରେ ମୃତ ଘୋଷଣା । ସେପଟେ  ଅନୁଗୁଳ କିଶୋରନଗରରେ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଫୁଟିଲା ଗୁଳି, ଉଭୟ ଗୋଷ୍ଠୀର ୪ ଆହତ ।  

ଗଞ୍ଜାମରେ ପୁଣି ଗଡ଼ିଲା ମୁଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭଞ୍ଜନଗର କୋର୍ଟ ନିକଟରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁବୃର୍ତ୍ତ । ଡାକ୍ତରଖାନାରେ ମୃତ ଘୋଷଣା । ସେପଟେ  ଅନୁଗୁଳ କିଶୋରନଗରରେ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଫୁଟିଲା ଗୁଳି, ଉଭୟ ଗୋଷ୍ଠୀର ୪ ଆହତ ।  

Murder

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ସାମ୍ନାରେ ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲା ଯୁବକ । ଆଜି ମୃତ ବ୍ୟକ୍ତି କୌଣସି ଏକ କେସ୍‌ରେ କୋର୍ଟ ଆସିଥିବା ବେଳେ ହତ୍ୟାକାରୀ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଥାନାଠାରୁ ମାତ୍ର ଅଧ କିଲୋମିଟର ଦୂରରେ, କୋର୍ଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ, ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  

ଏହା ବି ପଢ଼ନ୍ତୁ: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ: ଜଳିପୋଡ଼ି ଛାରଖାର ମୂଲ୍ୟବାନ ଗଛ, ଜନବସତି ମୁହାଁ ବନ୍ୟଜନ୍ତୁ

ଭଞ୍ଜନଗର କୋର୍ଟ ସାମ୍ନାରେ ଥିଲା ଲୋକଙ୍କ ଭିଡ଼। ଆଉ ଏହି ଭିଡ଼ ଭିତରେ ଘଟିଗଲା ବୀଭତ୍ସ ହତ୍ୟାକାଣ୍ଡ । କୋର୍ଟ ଆଗରେ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ । ହତ୍ୟାକାରୀ ଦିଲ୍ଲୀପ ଜେନା ଟାଙ୍ଗିଆରେ ହାଣି ଅଶୋକ ସ୍ବାଇଁଙ୍କୁ ହତ୍ୟା କରିଛି । ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା । ଆଜି ଅଶୋକ ସ୍ୱାଇଁ କୌଣସି ଏକ ମାମଲାରେ କୋର୍ଟକୁ ଆସିଥିଲେ । ସେଠାରେ ଦିଲ୍ଲୀପ ଜେନାଙ୍କ ସହିତ ପ୍ରଥମେ ବଚସା ହୋଇଥିଲା । ଆଉ ଏହି ବଚସା ପରେ ଦିଲ୍ଲୀପ, ଯୋଜନାବଦ୍ଧ ଭାବେ ଆଣିଥିବା ଟାଙ୍ଗିଆରେ ଅଶୋକଙ୍କ ବେକ ଓ ମୁଣ୍ଡକୁ ଚୋଟ ପକାଇଥିଲା । ଭଞ୍ଜନଗର ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ଅଶୋକଙ୍କୁ ମୃତ ଘୋଷଣା କରିଥିଲେ । 

ଆଶ୍ଚର୍ଯ୍ୟର କଥା ହେଉଛି, ଭଞ୍ଜନଗର ଥାନାଠୁ ମାତ୍ର ୫୦୦ ମିଟର ଦୂରରେ ଘଟିଛି ହତ୍ୟାକାଣ୍ଡ। ତା’ପୁଣି କୋର୍ଟ ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। କିନ୍ତୁ କାରଣ ଯାହା ବି ଥାଉନା କାହିଁକି, ଥାନାଠୁ ମାତ୍ର ଅଧ କିଲୋମିଟର ଦୂରରେ ଏଭଳି ହତ୍ୟାକାଣ୍ଡ, ଆଇନଶୃଙ୍ଖଳା ପ୍ରତି ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି । 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe