କବାଡ଼ି ଖେଳୁଥିବା ବେଳେ ହୃଦଘାତ । ଖେଳୁଖେଳୁ ଚାଲିଗଲା ଜୀବନ ।

Advertisment

ନୂଆପଡ଼ା କୋମାନା ଅଞ୍ଚଳରେ ଅଭାବନୀୟ ଘଟଣା । କବାଡ଼ି ଖେଳୁଥିବା ବେଳେ ହୃଦଘାତରେ ଛତିଶଗଡ଼ର ଖଗେଶ୍ବର ରାଠିଆଙ୍କ ମୃତ୍ୟୁ । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ । 

Updated On

ନୂଆପଡ଼ା କୋମାନା ଅଞ୍ଚଳରେ ଅଭାବନୀୟ ଘଟଣା । କବାଡ଼ି ଖେଳୁଥିବା ବେଳେ ହୃଦଘାତରେ ଛତିଶଗଡ଼ର ଖଗେଶ୍ବର ରାଠିଆଙ୍କ ମୃତ୍ୟୁ । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ । 

ଅଦ୍ୟତନ ହୋଇଛି
3 kabadi

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ । କବାଡ଼ି ଖେଳିବା ବେଳେ ଚାଲିଗଲା ଖେଳାଳୀଙ୍କ ଜୀବନ । ନୂଆପଡ଼ାରେ କବାଡି ଖେଳିବା ବେଳେ ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ନୂଆପଡ଼ା ଜିଲ୍ଲା କୋମନା ଥାନା ତରବୋଡ ଗାଁରେ କବାଡି ଖେଳ ଚାଲିଥିବା ବେଳେ ଖେଳାଳିଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ସରେଇପାଲି ଥାନା ଡୁଡୁମଚୂଆ ଗାଁର ୨୬ବର୍ଷୀୟ ଖଗେଶ୍ବର ରାଠିଆ ।  ଗାଁରେ କବାଡି ପ୍ରତିଯୋଗିତା ଚାଲିଥିବା ବେଳେ  କବାଡି ଖେଳୁଥ‌ିବା ଖଗେଶ୍ୱର ରାଠିଆ ହଠାତ୍ ଟଳି ପଡ଼ିଥିଲେ । ପରେ କମିଟି ଓ ଖେଳାଳିମାନେ ତୁରନ୍ତ ତାଙ୍କୁ ତରବୋଡ ଡାକ୍ତରଖାନାକୁ ନେଇଯାଇଥିଲେ । ହେଲେ ଅଧିକ ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଉଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe