କନକ ବ୍ୟୁରୋ : ମିଠା ଦୋକାନୀକୁ ୫ ଲକ୍ଷ ଦାଦା ବଟି ମାଗିଲେ ଓ ଗିରଫ ହେଲେ । ଘଟଣା ଘଟିଛି ଏୟାର ଫିଲ୍ଡ ଥାନା ଚଣ୍ଡୀ ବଜାର ନିକଟରେ । ଜଣେ ମିଠା ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ଦାଦା ବଟି ମାଗି ଧରା ପଡିଛି ମୁଖ୍ୟ ଅଭିଯୁକ୍ତ ରଘୁନାଥ ବାରିକ । ଏୟାର ଫିଲ୍ଡ ଥାନା ପୋଲିସ ଅଭିଯୁକ୍ତ ରଘୁନାଥଙ୍କୁ କାବୁ କରିଛି । କନକ ନ୍ୟୁଜ ହାତରେ ଲାଗିଛି ଏହାର ଏକ୍ସକ୍ଲୁସିଭ୍ ଫୁଟେଜ ।
ସିସିଟିଭି ଫୁଟେଜରେ ରଘୁଆ ଓ ତାର ଗ୍ୟାଙ୍ଗ ମିଠା ଦୋକାନ ଭିତରେ ପ୍ରବେଶ କରି ଦୋକାନ ମାଲିକକୁ ଭୟଭୀତ କରାଉଛନ୍ତି ଓ ଦୋକାନୀ ଜଣକ ଟଙ୍କା ଦେବାକୁ ମନା କରିବାକୁ ଦୋକାନ ଆଗରେ ପଥର ପକାଉଛନ୍ତି । ଯାହାକୁ ନେଇ ଏୟାର ଫିଲ୍ଡ ଥାନାରେ ଅଭିଯୋଗ ହେବା ପରେ ପୋଲିସ ରଘୁନାଥଙ୍କୁ ଧରିବାରେ ସଫଳ ହୋଇଛି ।
ପୂର୍ବରୁ ରଘୁଆ ନାଁରେ ହତ୍ୟା ଅଭିଯୋଗ ମଧ୍ୟ ରହିଛି । କିଛି ବର୍ଷ ତଳେ ଅମରେଶ ନାୟକ ନାମକ ଯୁବକୁ ହତ୍ୟା କରିଥିଲା ରଘୁଆ । ହତ୍ୟାକାଣ୍ଡ ଘଟଣାରେ ଜେଲରେ ମଧ୍ୟ ଥିଲା ରଘୁଆ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/hkEnDm7gZGzuamPmHZ1J.jpg)