ଫୁଟବଲ ମ୍ୟାଚ୍‌ ଦେଖିବା ପାଇଁ  ୧୪ ହଜାର କିଲୋମିଟର ଯାତ୍ରା । ମଙ୍ଗୋଲିଆରୁ ଆସି ପହଞ୍ଚିଲେ ବ୍ରିଟେନ୍‌ ରେ..

Advertisment

ଫୁଟବଲ ମ୍ୟାଚ୍‌ ଦେଖିବା ପାଇଁ ମା'ଙ୍କ ସହ ୧୪ ହଜାର କି.ମି ଯାତ୍ରା । କହିଲେ ମା' ଙ୍କୁ ଦେଇଥିବା କଥା ରଖିଲି ।

ଫୁଟବଲ ମ୍ୟାଚ୍‌ ଦେଖିବା ପାଇଁ ମା'ଙ୍କ ସହ ୧୪ ହଜାର କି.ମି ଯାତ୍ରା । କହିଲେ ମା' ଙ୍କୁ ଦେଇଥିବା କଥା ରଖିଲି ।

FOOTBALL

Photograph: (kanaknews)

କନକ ବ୍ୟୁରୋ: ସାରା ବିଶ୍ବରେ କ୍ରିକେଟ ଠାରୁ ଫୁଟବଲ୍‌ କୁ ଲୋକେ ଅଧିକ ପସନ୍ଦ କରିଥାନ୍ତି । ବିଶ୍ବର ଅଧିକାଂଶ ଲୋକେ ଫଟବଲ ମ୍ୟାଚ୍‌ ଦେଖିବାକୁ ପହଞ୍ଚିଯାଇଥାନ୍ତି। ଆଉ ମ୍ୟାଚ୍‌ କୁ ଖୁବ୍‌ ଉପଭୋଗ ମଧ୍ୟ କରିଥାନ୍ତି। ବର୍ତ୍ତମାନ ବ୍ରିଟେନରେ ଇଂଲିସ ପ୍ରିମିୟର ଲିଗ୍ ଚାଲିଛି । ଏଠାରେ  ମୈନଚେଷ୍ଟର ୟୁନାଇଟେଡ୍‌ ଟିମ୍‌ ଭାଗ ନେଇଛି ।  ଏହି ଟିମ୍‌ ର ବଡ ପ୍ରଂଶସକ ହେଉଛନ୍ତି ମଙ୍ଗୋଲିଆର ଜଣେ ଯୁବକ ।  ଏଥିସହିତ ଯୁବକ ଜଣଙ୍କ ଫୁଟବଲ୍‌ ର ଜଣେ ବଡ ଫ୍ୟାନ । ଯୁବକ ଜଣଙ୍କ ନା ହେଉଛି ଔଚିରବାନୀ ଔଚିରୁ  ବାଟଫୋଲ୍ଡ  । ସେ ବ୍ରିଟେନ୍‌ ରେ  ଫୁଟବଲ୍‌ ମ୍ୟାଚ୍‌ ଦେଖିବା ପାଇଁ ଆଉ ତାଙ୍କ ପ୍ରିୟ  ଟିମ୍‌ କୁ ସପୋର୍ଟ କରିବା ପାଇଁ ତାଙ୍କ ମା ଙ୍କ ସହ ମଙ୍ଗୋଲିଆରୁ ସାଇକେଲରେ ଯାତ୍ରା କରି ବ୍ରିଟେନ ରେ ପହଞ୍ଚିଛନ୍ତି। ତେବେ ୧୪ ହଜାର କିଲୋମିଟର ସେ ଯାତ୍ରା କରିଛନ୍ତି ଫୁଟ୍‌ବଲ ମ୍ୟାଚ୍‌ ଦେଖିବା ପାଇଁ ।  ଓଲ୍ଡ ଟ୍ରେଫାର୍ଡ ଷ୍ଟାଡିୟମରେ ପହଞ୍ଚି ତାଙ୍କ ମାଙ୍କ ସହ  ଏକ ସେଲ୍‌ଫି ଉଠାଇ ସେୟାର କରିଛନ୍ତି । 

MATCH
Photograph: (google)

 ଔଚିରବାନୀ ଔଚିରୁ ନିଜ ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ମୁଁ ମଙ୍ଗୋଲିଆରୁ ସାଇକେଲ୍‌ ଚଲାଇ ବ୍ରିଟେ୍‌ନର  ଟ୍ରେଫାର୍ଡ ଷ୍ଟାଡିୟମରେ ଆସି ପହଞ୍ଚିଛି । ମୋର ପସନ୍ଦର ଟିମ୍‌  ମେନଚେଷ୍ଟର ୟୁନାଇଟେଡ୍‌  ଯାହର ମ୍ୟାଚ୍‌ ଦେଖିବା ପାଇଁ ମୁଁ ମଙ୍ଗୋଲିଆରୁ ସାଇକେଲ ଚଲାଇ ଆସି ପହଞ୍ଚିଛି । ମୋ ମା ମଧ୍ୟ ମୋ ସହ ପହଞ୍ଚିଛି । ମାକୁ ଛୋଟବେଳେ  କଥା ଦେଇଥିଲି ଏହି ଷ୍ଟାଡିୟମରେ  ବସାଇ ଫୁଟବଲ ମ୍ୟାଚ ଦେଖାଇବି। ତେବେ ଏହି ଯାତ୍ରାରେ  ମୋତେ କେତେ  ଅସୁବିଧାର ସାମ୍ନା କରିବାକୁ ପଡିଛି  ତାହା କିଛି ଗୁରୁତ୍ବ ରଖେନା ।  ଏହି ଟିମ୍‌ ପାଇଁ ମୋ ଭଲପାଇବା ଅହେତୁକ । ସେ ଆହୁରି ମଧ୍ୟ ଲେଖିଛନ୍ତି ଛୋଟ ଥିଲାବେଳେ  ସ୍ବପ୍ନ ଥିଲା ପୁଟବଲର ହେବା ପାଇଁ ଆଉ ମେନଚେଷ୍ଟର ୟୁନାଇଟେଡ୍‌ ପାଇଁ ଖେିଳିବା ପାଇଁ । କିନ୍ତୁ ପରିସ୍ଥିତି ସାଥ୍‌ ଦେଇନଥିଲା । ଏହି ପୋଷ୍ଟ ସହ ଷ୍ଟାଡିୟମ  ଭିତରେ ପାରମ୍ପରିକ ପୋଷାକରେ  ନିଜର ଏକ ଫୋଟ ସେୟାର କରିଛନ୍ତି ଏହି ଫୁଟବଲ୍‌ର ପ୍ରଂଶସକ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe