ରାଜଧାନୀ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ । ସର୍ଜିକାଲ ବ୍ଲେଡରେ ଖଣ୍ଡିଆ ଖାବରା କରିଦେଲେ ।

Advertisment

ପୂର୍ବ ଶତ୍ରୁତାରୁ ଗୋଡେଇ ଗୋଡେଇ ହାଣିଲେ । ସର୍ଜିକାଲ ବ୍ଲେଡ଼ରେ ଖଣ୍ଡିଆ ଖାବରା ବି କରିଦେଲେ । ଘଟଣା ଘଟିଛି ରାଜଧାନୀର ବଡଗଡ଼ ଅଞ୍ଚଳରେ ।

ପୂର୍ବ ଶତ୍ରୁତାରୁ ଗୋଡେଇ ଗୋଡେଇ ହାଣିଲେ । ସର୍ଜିକାଲ ବ୍ଲେଡ଼ରେ ଖଣ୍ଡିଆ ଖାବରା ବି କରିଦେଲେ । ଘଟଣା ଘଟିଛି ରାଜଧାନୀର ବଡଗଡ଼ ଅଞ୍ଚଳରେ ।

17k

କନକ ବ୍ୟୁରୋ: ପୂର୍ବ ଶତ୍ରୁତାରୁ ଗୋଡେଇ ଗୋଡେଇ ହାଣିଲେ । ସର୍ଜିକାଲ ବ୍ଲେଡ଼ରେ ଖଣ୍ଡିଆ ଖାବରା ବି କରିଦେଲେ । ଘଟଣା ଘଟିଛି ରାଜଧାନୀର ବଡଗଡ଼ ଅଞ୍ଚଳରେ । ଆହତ ହେଉଛନ୍ତି ବଡଗଡ଼ ଗାଁର ଦୀପକ ପ୍ରଧାନ । 

ଗତକାଲି ରାତି ପ୍ରାୟ ୧୧ଟା ବେଳେ ଦୀପକ ନିଜ ଘରକୁ ଫେରୁଥିବା ବେଳେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଏକ ପଲସର ବାଇକରେ ଆସିବା ସହ ତାଙ୍କୁ ଗୋଇଠା ମାରିଥିଲେ । ଭାରସାମ୍ୟ ହରାଇ ପଡିଯିବା ପରେ ଛୁରୀ ଓ ସର୍ଜିକାଲ ବ୍ଲେଡ଼ ସାହାଯ୍ୟରେ ପିଠି, ହାତ, ମୁହଁ କାଟି ପକାଇଥିଲେ । ପୋଲିସରେ ଏନେଇ ଏତଲା ପରେ ଆଖପାଖ ସିସିଟିଭି ଯାଞ୍ଚ ଚାଲିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ ବି ହୋଇଛି । 

ବଡ଼କଥା ହେଉଛି ପଲାସପଲ୍ଲୀରେ ଶିବ ଶ୍ରୀଚନ୍ଦନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସର ହାତ ଖାଲି ଥିବା ବେଳେ ପୁଣି ଏଭଳି ଘଟଣା କମିଶନରେଟ ପୋଲିସ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe