କନକ ବ୍ୟୁରୋ: ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଯୌତୁକ ପାଇଁ ହତ୍ୟା ଘଟଣାରେ ସ୍ୱାମୀଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି । ଶକୁନ୍ତଳା ମାଝୀଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ସ୍ୱାମୀ ମୁରଲୀଧର ବେହେରାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସ୍ତ୍ରୀର ମୁଣ୍ଡକୁ ହାତୁଡ଼ିରେ ପିଟି ପିଟି ହତ୍ୟା କରିଥିଲା ନୃଶଂସ ସ୍ୱାମୀ । ୧୨ ଜଣ ସାକ୍ଷୀ ଜମାନବନ୍ଦୀକୁ ଭିତ୍ତି କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୩୦୪(ବି)ରେ ଦଣ୍ଡାଦେଶ ଦେଇଛନ୍ତି ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବନ୍ଦନା କର । ୨୦୨୦ ଜୁଲାଇ ମାସରେ ରାଜଧାନୀର ଏୟାରପୋର୍ଟ ଥାନା ଅଧୀନ କାରଗିଲ ବସ୍ତିରେ ଘଟିଥିଲା ହତ୍ୟାକାଣ୍ଡ ।