ଚାକିରି ଦେବାକୁ କହି ଠକି ନେଲେ ୬୦ ଲକ୍ଷ ; କମିସନରେଟ୍  ପୁଲିସର ତନାଘନା

ଭୁବନେଶ୍ୱରରେ ଚାକିରି ଦେବା ନାଁରେ ବଡ଼ ଠକେଇ । ଅଭିଯୁକ୍ତ ଶୋଭନ ଦାସକୁ ଗିରଫ କଲା କମିସନରେଟ୍ ପୁଲିସ । କନସଲଟାନସି ଏଜେନ୍ସି ଖୋଲି ଯୁବକଙ୍କୁ ଠକୁଥିଲା । ୬ ଜଣଙ୍କଠାରୁ ଲୁଟିଛି ୬୦ ଲକ୍ଷ ଟଙ୍କା ।

Job cheating, bhubaneswar

Job cheating, bhubaneswar Photograph: (KanakNews)

କନକ ବ୍ୟୁରୋ: ଠକ ଦେଉଥିଲା ଚାକିରି ! ଭୁବନେଶ୍ୱରରେ ଚାକିରି ଦେବା ନାଁରେ ବଡ଼ ଠକେଇ ସାମ୍ନାକୁ ଆସିଛି । କନସଲ୍ଟାନ୍ସି ଏଜେନ୍ସି କରି ଯୁବପିଢ଼ିଙ୍କୁ ଚୁନା ଲଗାଉଥିବା ଅଭିଯୁକ୍ତକୁ ଗିରଫ କରିଛି କମିସନରେଟ୍ ପୁଲିସ । ଗିରଫ ଅଭିଯୁକ୍ତ ହେଉଛି ଶୋଭନ ଦାସ । ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶୋଭନକୁ ବାନ୍ଧିଛି ନୟାପଲ୍ଲୀ ଥାନା ପୁଲିସ । ବିଭିନ୍ନ ବ୍ୟାଙ୍କରେ ପିଓ ଏବଂ ପୋଷ୍ଟ ଅସିଫରେ କଣ୍ଟ୍ରାକଚୁଆଲ ଚାକିରି ପାଇଁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୬ଜଣଙ୍କ ଠାରୁ ୬୦ ଲକ୍ଷ ଟଙ୍କା ଲୁଟ୍‌ ପରେ, ଚାକିରି ଦେଇନଥିଲା ଠକ । ଥାନାରେ ମାମଲା ପରେ ଧରାପଡିଥିଲା ସତ । ପଦାକୁ ଆସିଥିଲା  ଅଭିଯୁକ୍ତର ଅସଲ ଚେହେରା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe