କନକ ବ୍ୟୁରୋ: ଠକ ଦେଉଥିଲା ଚାକିରି ! ଭୁବନେଶ୍ୱରରେ ଚାକିରି ଦେବା ନାଁରେ ବଡ଼ ଠକେଇ ସାମ୍ନାକୁ ଆସିଛି । କନସଲ୍ଟାନ୍ସି ଏଜେନ୍ସି କରି ଯୁବପିଢ଼ିଙ୍କୁ ଚୁନା ଲଗାଉଥିବା ଅଭିଯୁକ୍ତକୁ ଗିରଫ କରିଛି କମିସନରେଟ୍ ପୁଲିସ । ଗିରଫ ଅଭିଯୁକ୍ତ ହେଉଛି ଶୋଭନ ଦାସ । ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶୋଭନକୁ ବାନ୍ଧିଛି ନୟାପଲ୍ଲୀ ଥାନା ପୁଲିସ । ବିଭିନ୍ନ ବ୍ୟାଙ୍କରେ ପିଓ ଏବଂ ପୋଷ୍ଟ ଅସିଫରେ କଣ୍ଟ୍ରାକଚୁଆଲ ଚାକିରି ପାଇଁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୬ଜଣଙ୍କ ଠାରୁ ୬୦ ଲକ୍ଷ ଟଙ୍କା ଲୁଟ୍ ପରେ, ଚାକିରି ଦେଇନଥିଲା ଠକ । ଥାନାରେ ମାମଲା ପରେ ଧରାପଡିଥିଲା ସତ । ପଦାକୁ ଆସିଥିଲା ଅଭିଯୁକ୍ତର ଅସଲ ଚେହେରା ।
ଚାକିରି ଦେବାକୁ କହି ଠକି ନେଲେ ୬୦ ଲକ୍ଷ ; କମିସନରେଟ୍ ପୁଲିସର ତନାଘନା
ଭୁବନେଶ୍ୱରରେ ଚାକିରି ଦେବା ନାଁରେ ବଡ଼ ଠକେଇ । ଅଭିଯୁକ୍ତ ଶୋଭନ ଦାସକୁ ଗିରଫ କଲା କମିସନରେଟ୍ ପୁଲିସ । କନସଲଟାନସି ଏଜେନ୍ସି ଖୋଲି ଯୁବକଙ୍କୁ ଠକୁଥିଲା । ୬ ଜଣଙ୍କଠାରୁ ଲୁଟିଛି ୬୦ ଲକ୍ଷ ଟଙ୍କା ।
/kanak/media/media_files/2025/05/16/DaXmu7XngZEOyl2asFaH.jpg)