କନକ ବ୍ୟୁରୋ : ଭିଣୋଇର ଠେଙ୍ଗା ମାଡ଼ରେ ଶଳାର ମୃତ୍ୟୁ । ରାୟଗଡା, ଗୁଣପୁର ମେଡିକାଲ କଲେନିରେ ଅଭାବନୀୟ ଘଟଣା ଘଟିଛି । ଭିଣୋଇର ଠେଙ୍ଗା ମାଡ଼ରେ ଶଳାର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଚୌଧୁରୀ ରମେଶ । କିଛି କଥାକୁ ନେଇ ଆଜି ଅପରାହ୍ନରେ  ଭିଣୋଇ ଓ ଶଳା ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା ।

Advertisment

ଅଧିକ ପଢନ୍ତୁ : ସ୍ବାମୀଙ୍କ ଆକ୍ରମଣରେ ଦିଲ୍ଲୀ ପୁଲିସର ମହିଳା କନଷ୍ଟେବଲଙ୍କ ମୃତ୍ୟୁ

ଏଥିରେ ଉତ୍ୟକ୍ତ ହୋଇ ଭିଣୋଇ ଜଣକ କାଠ ଫାଳିଆରେ ଶଳାଙ୍କ ମୁଣ୍ଡରେ ଏକ ଶକ୍ତ ପ୍ରହାର କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି  ଗୁଣପୁର ଉପଖଣ୍ଡ ଛିକିଛା ଲୟରେ ଭର୍ତି କରିଥିଲେ  ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଗୁଣପୁର ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିଛି । ହତ୍ୟାକାରୀ ଏମ ମୂରଲୀକୁ ଅଟକ ରଖି ପଚାର ଉଚରା ଜାରି ରଖିଛି । ପାରିବାରିକ କଲହକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।