ରକ୍ତ ପାଇଁ ଆତ୍ମହତ୍ୟା ଉଦ୍ୟମ : ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପରିସରରେ ଅଭାବନୀୟ ଘଟଣା ।

ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପରିସରରେ ଅଭାବନୀୟ ଘଟଣା। ରକ୍ତ ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କ ଆତ୍ମହତ୍ୟା ଉଦ୍ୟମ। ପୁଅ ପାଇଁ  ରକ୍ତ ମିଳୁନଥିବା ଅଭିଯୋଗ କରି ବ୍ୟକ୍ତି ଜଣକ ଏପରି ଉଦ୍ୟମ କରିଥିବା ଜଣାପଡିଛି । 

blood

କନକ ବ୍ୟୁରୋ: ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପରିସରରେ ଅଭାବନୀୟ ଘଟଣା। ରକ୍ତ ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କ ଆତ୍ମହତ୍ୟା ଉଦ୍ୟମ। ପୁଅ ପାଇଁ  ରକ୍ତ ମିଳୁନଥିବା ଅଭିଯୋଗ କରି ବ୍ୟକ୍ତି ଜଣକ ଏପରି ଉଦ୍ୟମ କରିଥିବା ଜଣାପଡିଛି । 

ସୂଚନା ଅନୁସାରେ,  ବ୍ୟକ୍ତିି ଜଣକ ମାଲକାନଗିରିର ବାସିନ୍ଦା । ତାଙ୍କ ପୁଅ ଏମକେସିଜି ଆଇସିୟୁରେ ଚିକିତ୍ସିତ ହେଉଛି । ପୁଅ ପାଇଁ ରକ୍ତ ଆବଶ୍ୟକ ଥିବାବେଳେ ରକ୍ତ ଯୋଗାଡ ହୋଇନପାରିବାରୁ  ବ୍ୟକ୍ତି ଜଣକ ଅତିଷ୍ଠ ହୋଇ ହସ୍ପିଟାଲ ପରିସରରେ ଥିବା ଏକ ବଡ ଗଛ ଉପରେ ଚଢିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାକୁ ଦେଖି ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ବିଭାଗୀୟ କର୍ମଚାରୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ । ଏବେ ତାଙ୍କୁ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe