କନକ ବ୍ୟୁରୋ: ସଂସଦ ଭବନ ନିକଟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ଗୁରୁତର ହୋଇପଡିଥିବା ବ୍ୟକ୍ତିଙ୍କ ଅବସ୍ଥା ଦେଖି ପୁଲିସ ଆହତ ବ୍ୟକ୍ତିଙ୍କୁ ଆରଏମଏଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ଏହା ଏକ ବଡ ଘଟଣା ହୋଇଥିବାରୁ ପୁଲିସ ତୁରନ୍ତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନାନୁସାରେ, ବ୍ୟକ୍ତି ଜଣକ ରେଳ ଭବନ ନିକଟ ପାର୍କରେ ନିଜକୁ ନିଆଁ ଲଗାଇ ଦେବା ପରେ ସଂସଦ ଗୃହ ଆଡକୁ ଦୌଡ଼ି ଆସିଥିଲେ । ଲୋକମାନେ ଏହା ଦେଖିବା ମାତ୍ରେ ସେମାନେ ଦିଲ୍ଲୀ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଶୀଘ୍ର ଉକ୍ତ ବ୍ୟକ୍ତିଙ୍କୁ ଅଟକାଇ ଏକ କମ୍ବଳ ଘୋଡାଇ ଦେଇଥିଲା । ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ବ୍ୟକ୍ତି ଜଣକ ଏପରି କରିବାର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଜ୍ଝ ଅନୁସନ୍ଧାନ ପାଇଁ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ଜ୍ଝ ଘଟଣାସ୍ଥଳରୁ ଅଧା ପୋଡିଯାଇଥିବା ୨ ପୃଷ୍ଠାର ନୋଟ୍ ମିଳିଛି, ଯାହାକୁ ଜବତ କରିଛି ପୁଲିସ ।
ସଂସଦ ଭବନ ନିକଟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।
ସଂସଦ ଭବନ ନିକଟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଯୁବକ ଜଣକ ଏପରି କରିବାର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଜ୍ଝ ଅନୁସନ୍ଧାନ ପାଇଁ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ଜ୍ଝ ଘଟଣାସ୍ଥଳରୁ ଅଧା ପୋଡିଯାଇଥିବା ୨ ପୃଷ୍ଠାର ନୋଟ୍ ମିଳିଛି, ଯାହାକୁ ଜବତ କରିଛି ପୁଲିସ ।
/kanak/media/media_files/2024/12/25/UVeCy5fdYwYLxOQv4kyH.jpg)