ସ୍କୁଲ ଆଗରେ ଠିଆ ହୋଇଥିଲେ । ଖଣ୍ଡାରେ ଆକ୍ରମଣ କଲେ ୨ ଯୁବକ ।

Advertisment

ସିସିଟିଭିରେ ଆକ୍ରମଣ ସମୟର ଭିଡ଼ିଓ କଏଦ୍ । ଭାଇରାଲ ପରେ ପୋଲିସର ତଦନ୍ତ ଆରମ୍ଭ ।

ସିସିଟିଭିରେ ଆକ୍ରମଣ ସମୟର ଭିଡ଼ିଓ କଏଦ୍ । ଭାଇରାଲ ପରେ ପୋଲିସର ତଦନ୍ତ ଆରମ୍ଭ ।

5xx

କନକ ବ୍ୟୁରୋ: ବ୍ରହ୍ମପୁରରେ ବୁଲିଲା ଖଣ୍ଡା । ସିସିଟିଭିରେ କଏଦ ହେଲା ଆକ୍ରମଣ ସମୟର ଭିଡିଓ । ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ଡାଇମଣ୍ଡ ଟ୍ୟାଙ୍କ ରୋଡ଼ ଶିଶୁ ମନ୍ଦିର ନିକଟର ଏହି ଘଟଣା ଘଟିଛି । ଜଣେ ଯୁବକ ସ୍କୁଲ ସମ୍ମୁଖରେ ଠିଆ ହୋଇଥିବା ବେଳେ ୨ ଜଣ ଯୁବକ ସ୍କୁଟିରେ ଆସି ଖଣ୍ଡାରେ ଆକ୍ରମଣ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ତେବେ ଜୀବନ ବିକଳରେ ଯୁବକ ଜଣକ ସ୍କୁଲ ନିକଟକୁ ଦୌଡ଼ି ଆସୁଥିବା ଭିଡ଼ିଓରେ ସ୍ପଷ୍ଟ ଦେଖା ଦେଇଛି । ଆକ୍ରମଣର ଶିକାର ହୋଇଥିବା  ଯୁବକ ଜଣକ ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ବିହାର ଅଞ୍ଚଳର ଶଙ୍କର ମହାରଣା ବୋଲି ସୂଚନା । ଘଟଣାର ଭିଡ଼ିଓ ଏବେ ଭାଇରଲ ହେବା ପରେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୋଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe