କନକ ବ୍ୟୁରୋ :   ଗଂଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ମାମୁଡିହ ଗାଁ । ଗାଁରେ ମୋଟ ୨୫୦ ପରିବାର ବସବାସ କରୁଥିବା ବେଳେ ସେଥି ମଧ୍ୟରୁ ୧୦୦ରୁ ଉର୍ଦ୍ଧ୍ବ ପରିବାର କେବଳ ପିତଳ କାମ କରି ପରିବାର ପ୍ରତିପୋଷଣ କରନ୍ତି । ଗାଁରେ ପାଦ ଦେବାକ୍ଷଣି କାରିଗରଙ୍କ ଠକ୍‌ଠକ୍‌ ଶଦ୍ଦ ଶୁଭିଥାଏ । କିଏ ପିତଳକୁ ବାଡେଇ ବାଡେଇ ସେଥିରୁ ବାସନ ତିଆରି କରୁଛିତ ତ ପୁଣି କିଏ ହାଣ୍ଡି, କଡ଼େଇ, ପୁଣି କିଏ ଏଥିରୁ ସୁନ୍ଦର ସୁନ୍ଦର ମୂର୍ତି ଗଢ଼ନ୍ତି । ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଖଟୁଲି ତିଆରି କରନ୍ତି କାରିଗର ।  ପିତଳ କାମ ପାଇଁ ଏହି ଗାଁ ବେସ୍ ପରିଚିତ । କାରଣ ଏହି ଗାଁରୁ ତିଆରି ହେଉଥିବା ପିତଳ ବାସନ ଓ ଅନନ୍ୟ ସାମଗ୍ରି ଜିଲ୍ଲା ତଥା ଜିଲ୍ଲା ବାହାରକୁ ବିକ୍ରି ପାଇଁ ଯାଇଥାଏ । 

Advertisment

ଅଧୁନିକତାର ଛାପରେ ଧିରେ ଧିରେ ଲୋକେ ପ୍ଳାଷ୍ଟିକ୍ ସାମଗ୍ରୀର ବହୁଳ ବ୍ୟବହାର କରୁଛନ୍ତି । ଯାହା ଫଳରେ କଂସା, ପିତଳର ଚାହିଦା କିଛି କମିଛି । ତଥାପି ସମୟ ସହ ତାଳ ଦେଇ ଲୋକଙ୍କ ଆବଶ୍ୟକତା ଅନୁସାରେ ପିତଳ କାରିଗର ମାନେ କୌଳିକ ବୃତିକୁ ବଂଚାଇ ରଖିଛନ୍ତି । କଂଚାମାଲ ଅଭାବ ଓ ବିକ୍ରିବଟାରେ ଅସୁବିଧା କାରଣରୁ କିଛି କାରିଗର ଏହି ହସ୍ତଶିଳ୍ପରୁ ମୁହଁ ଫେରେଇଲେଣି । ଏଭଳି ସ୍ଥିତିରେ ସରକାର ଏହି ପିତଳ କାମକୁ ପରିଚୟ ପ୍ରଦାନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳ, ଆସିକା ତହସିଲଦାର ସମେତ ଏକ ଟିମ ଯାଇ ଗାଁର କାରିଗରଙ୍କ ପିତଳ କାମ ଦେଖିବା ସହ ବୈଠକ କରି ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି । ପିତଳ କାମ ପାଇଁ ପ୍ରସିଦ୍ଦ ମାମୁଢିହ ଗାଁକୁ ଖୁବଶୀଘ୍ର କ୍ରାପ୍ଟ ଭିଲେଇଜ୍ ଘୋଷଣା କରାଯିବ ବୋଲି କହିଛନ୍ତି । 

ଗାଁକୁ କ୍ରାପ୍ଟ ଭିଲେଜ ହେଲେ କାରିଗରଙ୍କ ସମସ୍ୟା ଦୂର ହେବା ସହ ଗାଁ ବିକଶିତ ହୋଇପାରିବ । ସରକାର
କେବଳ ଘୋଷଣା କରିଦେଇ ନିରବ ରହିଗଲେ ହେବନାହିଁ ଏହି ପିତଳ କାମ କରୁଥିବା କାରିଗର ମାନଙ୍କ ଅନ୍ୟାନ୍ୟ ସମସ୍ୟା ସମାଧାନ କଲେ ଏହି ହସ୍ତଶିଳ୍ପ ବଂଚି ରହିବ ବୋଲି କହିଛନ୍ତି କାରିଗର ।