କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ମୃତ ଗୋବିନ୍ଦ ସାହୁଙ୍କ ଝିଅ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସିବିଆଇ ତଦନ୍ତ ଦାବି ରଖିବା ପରେ, ସାମ୍ନାକୁ ଆସିଲା ମମିତାଙ୍କ ବାପାମାଆଙ୍କ ପ୍ରତିକ୍ରିୟା । ଆମ ଝିଅର ହତ୍ୟାକାଣ୍ଡର ନ୍ୟାୟ ଆମକୁ ମିଳିପାରିନାହିଁ । ପୂର୍ବରୁ ଆମେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲୁ , ପୂର୍ବରୁ ଅନ୍ୟ ସରକାର ଥିଲା । ଏବେ ନୂଆ ସରକାର ହୋଇଛି । ଆମକୁ ନ୍ୟାୟ ମିଳିବ ବୋଲି ବିଶ୍ୱାସ ରହିଛି । ମୁଖ୍ୟମନ୍ତ୍ରୀ ଆମକୁ ଡାକିଲେ ଆମେ ନିଶ୍ଚୟ ଯିବୁ ବୋଲି କହିଛନ୍ତି ମମିତା ମେହେରଙ୍କ ବାପା । ଦୀର୍ଘ ୪ବର୍ଷ ହେବାକୁ ବସିଲାଣି ହେଲେ ଆମକୁ ନ୍ୟାୟ ମିଳିନାହିଁ ।  କୋର୍ଟ ଉପରେ ଆମର ଭରସା ଅଛି ବୋଲି ସେ କହିଛନ୍ତି ।

Advertisment