କନକ ବ୍ୟୁରୋ: ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିକ୍ଷୋଭ । ନ୍ୟାୟ ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଆରଜିକର ମେଡିକାଲ ଘଟଣାକୁ ବର୍ଷେ ନ ହେଉଣୁ ପୁଣିଥରେ ଦୁର୍ଗାପୁର ଅଘଟଣକୁ ନେଇ ତାତି ଉଠିଛନ୍ତି ଛାତ୍ରଛାତ୍ରୀ । ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦେବାକୁ ଦାବି ହୋଇଛି । 

Advertisment

ଏପଟେ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଘଟଣାରେ ତାଙ୍କ ସରକାର ଗୁରୁତ୍ବର ସହ ନେଇଛନ୍ତି । ତଦନ୍ତକାରୀ ଟିମ୍ ତଦନ୍ତ ଚଳାଇଛି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏହାସହ ତାଙ୍କ ସରକାର କୌଣସି ଢିଲାପଣ ରଖିବନି । ବରଂ ଦୋଷୀଙ୍କୁ କଠୋରରୁ କଠୋର ଶାସ୍ତି ଦିଆଯିବ ବୋଲି କହିଛନ୍ତି । ଏହାସହ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସେ ପରାମର୍ଶ ଦେଇ କହିଛନ୍ତି ଯେ, ଛାତ୍ରୀଙ୍କ ସୁରକ୍ଷା ପାଇଁ ସେମାନେ ଯଥେଷ୍ଟ ଧ୍ୟାନ ଦେବା ଉଚିତ । ସେପଟେ ମହିଳା କମିଶନ କହିଛନ୍ତି ସେ ଘଟଣା ଉପରେ କଡ଼ା ନଜର ରଖିଛନ୍ତି । ପଶ୍ଚିମବଙ୍ଗ ଯାଇପାରେ ମହିଳା କମିଶନଙ୍କ ଏକ ଟିମ୍ । ଏଥିସହ ପୀଡ଼ିତାଙ୍କ ପରି ବାର ସହ କଥା ହୋଇଛନ୍ତି ନିଜେ ମହିଳା କମିଶନ ଅଧ୍ୟକ୍ଷା ।